ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରକ୍ତଦାନ ମହତପୂର୍ଣ୍ଣ । କିଛି ଲୋକ ରକ୍ତଦାନ ପାଇଁ ଆଗ୍ରହ ଥିବା ବେଳେ ଆଉ କିଛି ଲୋକ ଏଥିପାଇଁ ପଛଘୁଞ୍ଚା ଦେଇଥାନ୍ତି । ବିଶେଷଜ୍ଞ କହିବାନୁଯାୟୀ ରକ୍ତଦାନ କରିବା ଦ୍ୱାରା ହାର୍ଟରେ ସୁଧାର, ଓଜନ ନିୟନ୍ତ୍ରଣ ଏବଂ ସୁସ୍ଥ ସ୍ୱାସ୍ଥ୍ୟ ଭଳି ଅନେକ ଲାଭ ମିଳିଥାଏ । ରକ୍ତଦାନ କରିବା ଦ୍ୱାରା ଶରୀର ଏବଂ ମନ ଉପରେ ଭଲ ପ୍ରଭାବ ପଡିଥାଏ ।
ଡାକ୍ତରଙ୍କ ମୁତାବକ, ରକ୍ତଦାନ କରିବା ଦ୍ୱାରା ଆପଣ କେବଳ ଅନ୍ୟର ଜୀବନ ବଞ୍ଚାଇ ମହାନ କାର୍ଯ୍ୟ କରୁ ନାହାନ୍ତିି ବରଂ ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ଫାଇଦା । ଏହାର ଫାଇଦା ବିଷୟରେ ହୁଏତ ଖୁବ୍ କମ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା..
୧୮ ରୁ ୬୦ ବର୍ଷ ବୟସ୍କର କୌଣସି ବ୍ୟକ୍ତି ରକ୍ତଦାନ କରିପାରିବେ । ସେଥିପାଇଁ ସୁସ୍ଥ ରହିବା ନିହାତି ଜରୁରୀ । ଯଦି ଆପଣ କୌଣସି ରୋଗ ପାଇଁ ଔଷଧ ସେବନ କରୁଥିବେ ତେବେ ରକ୍ତଦାନ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।
ରକ୍ତ ଦାନ କରିବା ଦ୍ୱାରା ଆପଣଙ୍କ ହାର୍ଟରେ ଉନ୍ନତି ଆସିପାରେ ଏବଂ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମିଯାଏ । ରକ୍ତରେ ଅଧିକ ପରିମାଣର ଆଇରନ ହୃଦଘାତର ଆଶଙ୍କାକୁ ବଢାଇ ଦିଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ନିୟମିତ ଭାବେ ରକ୍ତ ଦାନ କରି, ଅଧିକ ପରିମାଣର ଆଇରନ୍ ନିୟନ୍ତ୍ରଣ କରାଯାଇ ପାରିବ । ଯାହା ହାର୍ଟ ପାଇଁ ଖୁବ୍ ଭଲ ।
ରକ୍ତ ଦାନ କରିବା ପରେ ଆପଣଙ୍କ ଶରୀର ରକ୍ତ ସଂପୂର୍ଣ୍ଣ କରିବା ପାଇଁ କାମ କରିବା ଆରମ୍ଭ କରେ ଜ୍ଝ ଏହା ଦ୍ୱାରା ଶରୀରର କଣିକାଗୁଡ଼ିକ ଅଧିକ ଲାଲ ରକ୍ତ କଣିକା ଉତ୍ପାଦନ କରିବା ପାଇଁ ପ୍ରେରିତ କରିଥାଏ ।, ଯାହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣି ଶରୀରକୁ ଉତ୍ତମ ଭାବରେ କାର୍ୟ୍ୟ କରିବାରେ ସାହାଯ୍ୟ କରିଥାଏ ।
ରକ୍ତ ଦାନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଲାଲ ରକ୍ତ କଣିକାର ସ୍ତର ଆଗାମୀ କିଛି ମାସ ମଧ୍ୟରେ ସମାନ ହୋଇଯାଏ । ଏହି ସମୟରେ, ସୁସ୍ଥ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ।
ନିୟମିତ ବ୍ୟବଧାନରେ ରକ୍ତ ଦାନ କରି ଆପଣ ନିଜ ଶରୀରକୁ ଅଧିକ ଆଇରନରୁ ରକ୍ଷା କରିପାରିବେ । ଏହା କେତେକ ପ୍ରକାରର କର୍କଟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।
ନିୟମିତ ରକ୍ତ ଦାନ ଶରୀରର କୋଷଗୁଡ଼ିକୁ ଉତ୍ସାହିତ କରିଥାଏ, ଯାହା ଶରୀରର ଫିଟନେସକୁ ଉନ୍ନତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।