ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ବାଜିଲା ବିଗୁଲ । ଫେବୃଆରୀ ୧୬ ରୁ ପଞ୍ଚାୟତ ନିର୍ବାଚନ । ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୨ ଭୋଟ ଗ୍ରହଣ ତାରିଖ । ଏନେଇ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ।
ସକାଳ ୭ ଟାରୁ ଦିନ ୧ ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଭୋଟ ଗ୍ରହଣ କରିବା ପରେ ବ୍ଲକ ସ୍ତରରେ ହେବ ଗଣତି । ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ । ନିର୍ବାଚନ ପାଇର୍ ଜାନୁଆରୀ ୧୭ ରୁ ପ୍ରାର୍ଥୀପତ୍ର ଦାଖଲ । ଏହି ପ୍ରକ୍ରିୟା ଜାନୁଆରୀ ୨୧ ଯାଏଁ ଚାଲିବ ।
କୋଭିଡ ଗାଇଡଲାଇନ ମତାବକ, ନିର୍ବାଚନ ପାଇଁ କୌଣସି ରାଲି, ସମାବେଶକୁ ଅନୁମତି ନାହିଁ । ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର । କେବଳ ୫ ଜଣଙ୍କୁ ନେଇ ଘର ଘର ବୁଲି ପ୍ରଚାର କରିପାରିବେ । ଆଜିଠୁ ଆରମ୍ଭ ଆଦର୍ଶ ଆଚରଣ ବିଧି । ଏହା ଫେବୃଆରୀ ୨୮ ଯାଏଁ ବଳବତ୍ତର ରହିବ ।