ବାଲେଶ୍ୱର (ଏଟିଆର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ରୁପସା ଥାନା ନିକଟରେ ଏକ ଅଘଟଣ ଘଟିଛି । ଅଟୋକୁ ପିଟିଲା କାର୍ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ଏକ ବିବାହ ଭୋଜି ସାରି ୬୦ ନଂ ଜାତୀୟ ରାଜପଥରେ ସକାଳୁ ଏକ ଅଟୋରେ ୬ ଜଣ ଯୁବକ ବାଲେଶ୍ୱର ଅଭିମୁଖେ ଯାଉଥିଲେ । ରୁପସା ଥାନା ପାଖରେ ଅଚାନକ ଏକ କାର ଅଟୋ ପଛକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ଯୁବକମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।