ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଆଜି ବର୍ଷାର ପ୍ରକୋପ ବଢ଼ିବା ସହ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି । ଖାସ ଏଥିପାଇଁ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୯ଟି ଜିଲ୍ଲାକୁ ଅପରାହ୍ଣ ୫ଟା ୪୫ ଯାଏଁ ସର୍ତକ ରହିବାକୁ କୁହାଯାଇଛି ।
ଜିଲ୍ଲାଗୁଡିକ ଭିତରେ ରହିଛି ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ । ସେପଟେ ଉତ୍ତର ପଶ୍ଚିମବଙ୍ଗସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଖୁବ ଶୀଘ୍ର ଏହାର ପ୍ରଭାବରେ ମଧ୍ୟ ବର୍ଷା ହେବ । ବିଶେଷ କରି ଉପକୂଳ ଓଡିଶାରେ ବର୍ଷା ଅଧିକ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।