ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ଣ୍ଣିମା ତିଥି ଏବଂ ଶୁକ୍ରବାର ହେଉଛି ମା ଲକ୍ଷ୍ମୀଙ୍କୟ ପ୍ରିୟ । ସେହିପରି ଆଜି ହେଉଛି ପୌଷ୍ୟ ପୂର୍ଣ୍ଣିମା । ଏହି ସମୟରେ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଦୁଇଗୁଣା ଫଳ ପ୍ରାପ୍ତି ହୋଇଥାଏ ।
ପୌଷ୍ୟ ପୂର୍ଣ୍ଣିମାରୁ ମାଘ ମେଳା ଆରମ୍ଭ ହୋଇଥାଏ । ଏହିଦିନ ବ୍ରତ , ଗଙ୍ଗାସ୍ନାନ, ଦାନ ପୂଣ୍ୟ କରିବା ଦ୍ୱାରା ବ୍ୟକ୍ତି ଧନ, ସୁଖ, ସୌଭାଗ୍ୟ ଏବଂ ଆରୋଗ୍ୟର ବରଦାନ ପାଇଥାନ୍ତି ।
ପୂର୍ଣ୍ଣିମା ମନ୍ତ୍ର:
ସୂର୍ଯ୍ୟ ମନ୍ତ୍ର:- ଓଁ ଘୃଣି ସୂର୍ଯ୍ୟାୟ ନମଃ
ଲକ୍ଷ୍ମୀ ମନ୍ତ୍ର:- ଓଁ ଶ୍ରୀଂହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସିଦ ପ୍ରସିଦ ଶ୍ରୀଂ ହ୍ରିଂ ଶ୍ରୀଂ ଓଁ ମହାଲକ୍ଷ୍ମୀ ନମଃ
ବିଷ୍ଣୁ ମନ୍ତ୍ର:- ଓଁ ନମୋଃ ନାରାୟଣ ନମଃ । ଓଁ ନମୋଃ ଭଗବତେ ବାସୁଦେବାୟ ନମଃ
ଚନ୍ଦ୍ର ମନ୍ତ୍ର:- ଓଁ ଶୀତାଂଶୁ, ବିଭାଂଶୁ ନମଃ
ଶାଙ୍କଭରି ଦେବୀ ମନ୍ତ୍ର:- ଓଁ ହ୍ରିଂ ଶ୍ରୀଂ କ୍ଲିଂ ଭଗବତି ମାହେଶ୍ୱରୀ ଅନ୍ନପୂର୍ଣ୍ଣେ ସ୍ୱାହା ।