ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସ୍ୱଭାବିକଠୁ ୨ ରୁ ୩ ଡିଗ୍ରୀ ଯାଏଁ ପାରଦ ଉପରେ ରହୁଛି । ଆଗକୁ ଆହୁରି ତାପମାତ୍ରା ବଢିବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧି ହେବ । ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
ରାଜ୍ୟରେ ତାପମାତ୍ରା ସ୍ୱଭାବିକଠୁ ୨ ଡିଗ୍ରୀ ଅଧିକ ରହୁଛି । ଆଗକୁ ଆହୁରି ବୃଦ୍ଧି ହେବା ସହ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି ।