ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜଣାଶୁଣା ଟେଲିଭିଜନ ତଥା ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ ଘଟିଛି । ୭୧ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ଗଣେଶ ଖକ୍କର ସୂଚନା ଦେଇଛନ୍ତି ।
ଗତ କିଛି ଦିନ ହେବ ସମୀରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା ଗତକାଲି ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ବୋରିବଲି ଏମଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆୟୁସିଓକୁ ନିଆଯାଇଥିଲା । ଏକାଧିକ ଅଙ୍ଗ ଫେଲିୟର ଥିବା ହେତୁ ଆଜି ଭୋର ସାଢେ ୪ଟାରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କ ଭାଇ କହିଛନ୍ତି ।
୮୦ ଦଶକରେ ଦୂରଦର୍ଶନର ଲୋକପ୍ରିୟ ସିରିଏଲ ନୁକ୍କଡ (୧୯୮୬) ରେ ମଦ୍ୟପ ବ୍ୟକ୍ତି ଚରିତ୍ରରେ ଅଭିନୟ କରି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ସମୀର ।