କାକଟପୁର (ଏଟିଆର ବ୍ୟୁରୋ): ଆଜି ଚୈତ୍ରମାସ ତୃତୀୟ ପାଳି ମଙ୍ଗଳବାର । ଏହି ଅବସରରେ କାକଟପୁର ସ୍ଥିତ ମାମଙ୍ଗଳାଙ୍କ ପୀଠରେ ରହିଛି ବାସନ୍ତୀ ପୂଜା ନୀତିକାନ୍ତି । ସେଥିପାଇଁ ସକାଳ ୮ଟାରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ମା ମଙ୍ଗଳାଙ୍କ ଦର୍ଶନ ।
ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ରହିବ ମାଙ୍କର ସିଂହଦ୍ୱାର । ମାଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ସରିବା ପରେ ୩ଟା ରେ ଖୋଲିବ ମନ୍ଦିରର ପହଡ । ଏନେଇ ମନ୍ଦିର ଟ୍ରଷ୍ଟ ବୋଡ ପକ୍ଷରୁ ସୂଚନା ଦିଆଯାଇଛି ।