ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତଦୁଇ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍ ଯାଇଥିବା କଟଅଫ୍ ଯାଇଥିବା ବେଳେ ବିଜେବି କଲେଜରେ ବିଜ୍ଞାନରେ ୮୯ ପ୍ରତିଶତ, ବାଣିଜ୍ୟରେ ୭୩ ପ୍ରତିଶତ । ସେହିପରି ବାଲେଶ୍ୱର ଏଫଏମ କଲେଜରେ ବିଜ୍ଞାନରେ ୯୦ ପ୍ରତିଶତ, କଳାରେ ୭୮ ପ୍ରତିଶତ କଟଅଫ୍ ଯାଇଛି ।
ଚଳିତବର୍ଷ ନାମଲେଖା ପାଇଁ ୪,୭୨,୨୭୯ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।