ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଆଜି ପ୍ରକାଶ ପାଇବ । ଖାଲି ଥିବା ସିଟ୍ ପାଇଁ ପ୍ରକାଶ ପାଇବ କଟ୍ ଅଫ୍ ମାର୍କ । ଆସନ୍ତାକାଲିଠୁ ୨୨ ତାରିଖ ଯାଏଁ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।
ପ୍ରଥମ ପର୍ଯ୍ୟାୟ ନାମ ଲେଖା ଶେଷ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪,୧୨,୩୬୮ ଛାତ୍ରଛାତ୍ରୀଙ୍କୁ ସିଟ୍ ପ୍ରଦାନ କରାଯାଇଥିଲା । ଜୁଲାଇ ୨୨ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ୨୭ ରେ ହେବ ସ୍ପଟ୍ ଆଡମିଶନ ।