ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିସେମ୍ବର ୧୦ ରୁ ଆରମ୍ଭ ଭାରତ-ଦକ୍ଷୀଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜ୍ । ଡର୍ବାନରେ ପ୍ରଥମ ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଦଳ ଘୋଷଣା କରାଯାଇଛି । ଟି-୨୦ ସିରିଜ୍ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦିଆଯାଇଛି । ବର୍ତ୍ତମାନ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ର ଅଧିନାୟକ ଅଛନ୍ତି । ଏଥିରେ ବାଜିମାତ କରିଛି ଭାରତ ।
ବାସ୍ତବରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଓ ଦକ୍ଷୀଣ ଆଫ୍ରିକା ମଧ୍ୟରେ ୨୪ ଟି ଟି-୨୦ ମ୍ୟାଚ ଖେଳ ହୋଇଛି । ଏଥିରୁ ୧୩ ଟି ମ୍ୟାଚରେ ଭାରତ ବାଜିମାଜ କରିଥିବା ବେଳେ ୧୦ ଟି ରେ ବିଫଳ ହୋଇଛି । ଏହି ଦୁଇ ଟିମ୍ ମଧ୍ୟରେ ଅକ୍ଟୋବର ୨୦୨୨ ରେ ଶେଷ ଟି୨୦ ମ୍ୟାଚ ହୋଇଥିଲା । ଏଥିରେ ଭାରତକୁ ୫ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।