ପୁରୀ (ଏଟିଆର ବ୍ୟୁରୋ); ଭକ୍ତଙ୍କୁ ବଣ୍ଟାଯିବ କାନିକା ଓ ଖେଚୁଡି । ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଚାଉଳରୁ କାନିକା ଓ ଖେଚୁଡି ପ୍ରସ୍ତୁତ କରାଯାଇ ଆସନ୍ତା ରବିବାରଠୁ ଭକ୍ତଙ୍କୁ ବଣ୍ଟାଯିବ । ସିଂହଦ୍ୱାର ବ୍ୟତିତ ତିନି ଦ୍ୱାରରେ କାନିକା ଓ ଖେଚୁଡି ବଣ୍ଟାଯିବ ।
୭ ଦିନ ଯାଏଁ ବଣ୍ଟାଯିବ କାନିକା ଓ ଖେଚୁଡି । ଚାଉଳର ମାନ ନିର୍ଦ୍ଧାରଣ ପାଇଁ କମିଟି ଗଠନ ହୋଇଥିବା ବେଳେ । ଏଥିରେ ସୁଆର , ମୁହାସୁଆର ନିଯୋଗ ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ରହିଛନ୍ତି ।