ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ସମୟରେ ପରିବର୍ତ୍ତନ ହୋଇଛି । ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ସକାଳ ୬.୩୦ ରୁ ପାଠପଢା ଆରମ୍ଭ ହୋଇ ୧୦ ସୁଦ୍ଧା ସରିବ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି ।
ତାପମାତ୍ରା ଦିନକୁ ଦିନ ବୃଦ୍ଧି ହେଉଥିବାରୁ ସ୍କୁଲ ସମୟରେ ପରିବର୍ତ୍ତନ ହୋଇଛି । ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠପଢା ସମୟ ସକାଳ ୭ ଟାରୁ ୧୧.୩୦ ଯାଏଁ ରହିଥିଲା ।