ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ପ୍ରଚଳନ ହୋଇଛି ନୂଆ ପାଞ୍ଜି । ଓଡିଆ ନବବର୍ଷରୁ ନୂତନ ପାଞ୍ଜି ପ୍ରଚଳନର ପରମ୍ପରା ରହିଛି । ସେହିଅନୁଯାୟୀ ଚଳିତବର୍ଷ ଗୋଟିଏ ଦିନରେ ପଡୁଛି ନେତ୍ରୋତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ।
ଚଳିତବର୍ଷ ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି ଅଣସର ନୀତି । ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବଦିନ ରାତିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବାର ସମ୍ଭାବନା ରହିଛି । ସେହିପରି ଦିନକ୍ଷୟ କାରଣରୁ ଚଳିତଥର କାର୍ତ୍ତିକ ମାସରେ ପଞ୍ଚୁକ ବି ୪ ଦିନ ପାଳନ କରାଯାଉଛି ।
ଗତ ଫେବୃଆରୀ ମାସରେ ଶ୍ରୀମନ୍ଦିର ପାଞ୍ଜି ସମନ୍ୱୟ ବୈଠକ କରାଯାଇଥିଲା ।