ଅନୁଗୁଳ(ଏଟିଆର ବ୍ୟୁରୋ): ଅନୁଗୁଳରେ ମୃଦୁ ଭୂମିକମ୍ପ ଅନୁଭୂତ । ଆଜି ସକାଳେ ଅନୁଗୁଳର କେତକ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସକାଳେ କିଛି ସମୟ ପାଇଁ ଘର ଦ୍ୱାର ଦୋହଲିବାକୁ ଲାଗିଥିଲା । ଏଥିରେ ଭୟଭୀତ ହୋଇ ଲୋକ ମାନେ ଘର ଭିତରୁ ପିଲା ଛୁଆ ଧରି ବାହାରକୁ ଚାଲି ଆସିଥିଲେ । ଭୂମିକମ୍ପ ଦୁଇ ସେକେଣ୍ଡ ହୋଇଥିବାର ସ୍ଥାନୀୟ ଲୋକ କହିଛନ୍ତି । ଆଗରୁ ମଧ୍ୟ ଏହି ଅଞ୍ଚଳରେ ମୃଦୁଭୁମିକମ୍ପ ହୋଇଥିିବାର ସୂଚନା ରହିଛି ।
ତେବେ ଅନୁଗୁଳ ଅଞ୍ଚଳରେ ବହୁ ମାତ୍ରାରେ କୋଇଲା ଖଣି ଥିବାରୁ ଲୋକ ମାନେ ଘର ଭିତରକୁ ଯିବା ପାଇଁ ରାଜି ହେଉ ନାହାନ୍ତି । କାରଣ ଯଦି ଆଉ ଥରେ ଭୂମିକମ୍ପ ହୁଏ ତେବେ ବଡ ଧରଣର କ୍ଷୟ କ୍ଷତି ହେବାର ସମ୍ଭାବନା ରହିଛି । ଭୂମିକମ୍ପ ଦ୍ୱାରା କୌଣସି କ୍ଷୟ କ୍ଷତି ହୋଇ ନଥିବାର ଜଣାପଡିଛି । ଭୂମିକମ୍ପ କେତେ ତିବ୍ରତାର ସହ ହୋଇଛି ତାହା ଜଣା ପଡିନାହିଁ । ଭୂମିକମ୍ପ ସଂମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।