ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜିଠୁ ଆହୁରି ବୃଦ୍ଧି ହେବ ଗ୍ରୀଷ୍ମକୋପ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଆସନ୍ତାକାଲି ୩ ଦିନ ଯାଏଁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏପ୍ରିଲ ୧୮ ରୁ ୨୦ ଯାଏଁ ବନ୍ଦ ରହିବ ସ୍କୁଲ ।
ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଡହଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଛୁଟିର ଘୋଷଣା କରିଛନ୍ତି ।