ମୁମ୍ବାଇ (ଏଟିଆର ବ୍ୟୁରୋ): ଭାରତୀୟ ଜନତା ପାର୍ଟିରେ ଅନେକ ଦିନ ଯାଏଁ ରାଜନୀତି ଖେଳିଲେ ବଲିଉଡର ଦିଗଜ ଅଭିନେତା ଏବଂ ରାଜନେତା ଶତୃଘ୍ନ ସିହ୍ନା । କିନ୍ତୁ ଚଳିତ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଦଳ ବଦଳାଇଛନ୍ତି । ଆଜ୍ଞା ହଁ ଶତୃଘ୍ନ ସିହ୍ନା ଏବେ ବିଜେପି ଛାଡି କଂଗେସ ହାତ ଧରିଛନ୍ତି । ଶତୃଘ୍ନଙ୍କ କଂଗ୍ରେସରେ ଯୋଗ ଦେବାକୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚା ହେଉଛି ।
ସେପଟେ ଶତୃଘ୍ନଙ୍କ ରାଜନୈତିକ ନିଷ୍ପତିକୁ ନେଇ ତାଙ୍କ ଝିଅ ସୋନାକ୍ଷୀ ସିହ୍ନା ପ୍ରତିକ୍ରିୟା ରଖିଛନ୍ତି । ସୋନାକ୍ଷୀ କହିଛନ୍ତି କି, ‘ ଏହି ନିଷ୍ପତି ତାଙ୍କୁ ବହୁତ ପୂର୍ବରୁ ନେଇଯିବାର ଥିଲା, ନିଷ୍ପତି ନେବାରେ ସେ ବିଳମ୍ବ କରିଦେଇଛନ୍ତି, ମାତ୍ର ଏବେ ସେ ବିନା କୌଣସି ଚାପରେ ଅଧିକ ଭଲ କାମ କରି ପାରିବେ । ’
ସେ ଆହୁରୀ ମଧ୍ୟ କହିଛନ୍ତି କି, ମୋତେ ଏଭଳି ଲାଗୁଛି କି ଯଦି ଆପଣ ଖୁସି ନାହାନ୍ତି ତେବେ ଆପଣ ପରିବର୍ତ୍ତନ ବିଷୟରେ ନ ଭାବିକି ଆପଣଙ୍କୁ ପରିବର୍ତ୍ତନ ଆଣିବା ଉଚିତ୍ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି । ଏବେ ସେ ଆହୁରୀ ଅଧିକ ଭଲ କାମ କରିବେ । ମୋ ପିତା ଅନେକ ଦିନ ଧରି ବିଜେପି ସହିତ ଥିଲେ । ତାଙ୍କୁ ଦଳ ପକ୍ଷରୁ ସମ୍ମାନ ମିଳିଲା ନାହିଁ ।