ମୁମ୍ବାଇ ( ଏଟିଆର ବ୍ୟୁରୋ): ଲକ ଡାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ପଢାଇ ଅସହାୟଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁସୂଦ ପୁଣି ଏକ ମହତ କାମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଶ୍ରମିକଙ୍କୁ ନିଜ ଘରକୁ ଫେରିବାରେ ସାହାର୍ଯ୍ୟ କରିବା ହେଉ କିମ୍ବା ଚାଷ କରିବା ପାଇଁ ଦୁଇ ଭଉଣୀଙ୍କୁ ଟ୍ରାକ୍ଟର ଯୋଗାଇବା ହେଉ ଏ ସବୁ କିଛି ପଛରେ ରହିଛି କେବଳ ଗୋଟିଏ ଉଦେଶ୍ୟ ସହଯୋଗ । ସୋନୁ ସୁଦ ଏଥର ଜଣେ ଆଦିବାସୀ ବାଳିକାଙ୍କୁ ପାଠ ବହି ଓ ନୂଆ ଘର ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି । ଏନେଇ ଟ୍ୱିଟ ହୋଇଥିବା ଏକ ଭିଡିଓକୁ ସେୟାର କରି ସୋନୁ ସୂଚନା ଦେଇଛନ୍ତି ।
जय हो
— Amrendra Pratap Singh (@jnv143gaurav) August 19, 2020
ଗତ କିଛି ଦିନ ତଳେ ମୁକେଶ ଚନ୍ଦ୍ରକର ନାମକ ଜଣେ ଯୁବକ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ବାଳିକା କାନ୍ଦୁଥିବାର । ଆଉ କାନ୍ଦିବାର କାରଣ ଥିଲା ବନ୍ୟା ଧୋଇ ନେଇଥିବା ପଢା ବହି । ଛତିଶଗଡ ବିଜାପୁର ଜିଲ୍ଲାର ଏକ ଛୋଟ ଗାଁ କୋମଳାରେ କାନ୍ଦୁଥିବା ଛାତ୍ରୀ ଅଞ୍ଚଳୀଙ୍କ ଘର । ଗତ ଅଗଷ୍ଟ ୧୬ ତାରିଖରେ ଅଞ୍ଜଳୀଙ୍କ ଗାଁରେ ବନ୍ୟାଜଳ ପ୍ରବେଶ କରିଥିଲା । ଯାହା ଫଳରେ ଆଦିବାସୀ ଛାତ୍ରୀ ଅଞ୍ଚଳୀଙ୍କ ଘର ନଷ୍ଟ ହୋଇଯାଇଥିଲା । ଆଉ ଅଞ୍ଜଳୀଙ୍କ ସମସ୍ତ ପଢା ବହି ବନ୍ୟା ପାଣିରେ ନଷ୍ଟ ହୋଇଯାଇଥିଲା । ଯାହାକୁ ଦେଖି କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦୁଥିଲେ ଅଞ୍ଜଳୀ ।
ଏହି ଭିଡିଓକୁ କେହି ଜଣେ ରେକଡିଂ କରି ଟ୍ୱିଟରରେ ପୋଷ୍ଟ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଅଭିନେତା ସୋନୁସୁଦଙ୍କ ନଜରକୁ ଆସିଥିଲା । ଏବଂ ସୋନୁଙ୍କ ଟିମ ଅଞ୍ଜଳୀଙ୍କ ସମସ୍ତ ଠିକଣା ସଂଗ୍ରହ କରିଥିଲେ । ଏବେ ସୋନୁ ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛନ୍ତି ଆଉ କାନ୍ଦନି ଭଉଣୀ ଖୁବ ଶୀଘ୍ର ଆପଣଙ୍କ ବହି ଗୁଡିକ ନୂଆ ହେବ ଆଉ ଘର ମଧ୍ୟ ନୂଆ ହେବ । ସୋନି ସୁଦଙ୍କ ଏହି ଟ୍ୱିଟ ପରେ ଏବେ ଚାରିଆଡୁ ସୋନୁଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।