ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ସୁପରଷ୍ଟାର ସଲମାନ ଖାଁଙ୍କୁ କିଏ ବା ନଜାଣେ । ସବୁବେଳେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ସଲମାନ । ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି । ସଲମାନଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡା ହେଉଥିଲା । କିନ୍ତୁ ସେମାନଙ୍କ ସହ ବିବାହ ହୋଇ ପାରି ନଥିଲା । ଆଜି ଆମେ ଆପଣଙ୍କୁ ବଲିଉଡର ୫ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ସଲମାନଙ୍କୁ ବିବାହ କରିବା ପାଇଁ ସିଧାସଳଖ ମନା କରି ଦେଇଥିଲେ ।
ସଙ୍ଗୀତା ବିଜଲାନି: ସଲମାନଙ୍କ ସହିତ ଯୋଡି ହୋଇଥିବା ପ୍ରଥମ ନାଁ ହେଉଛି ସଙ୍ଗୀତା ବିଜଲାନି । ଏହି ଦୁଇ ଜଣଙ୍କ ସଂପର୍କ ଖୁବ୍ ଘନିଷ୍ଠ ଥିଲା ଏବଂ ବିବାହ ପାଇଁ କାର୍ଡ ମଧ୍ୟ ଛପା ହୋଇଯାଇଥିଲା । କିନ୍ତୁ ସଲମାନଙ୍କ ପରିବାର ଲୋକ ପ୍ରଥମେ ତାଙ୍କର ଭଲ କ୍ୟାରିୟର ଚାହୁଁଥିଲେ । ସେଥିପାଇଁ ବିବାହ ଭାଙ୍ଗି ଯାଇଥିଲା ।
ଐଶ୍ଚର୍ଯ୍ୟା ରାୟ: ସଲମାନ ଏବଂ ଐଶ୍ଚର୍ଯ୍ୟା ଙ୍କ ସଂପର୍କ ବିଷୟରେ କାହାକୁ ଅଛପା ନାହିଁ । ଗୋଟେ ସମୟ ଥିଲା ଯେତେବେଳେ ସଲମାନ ଏବଂ ଐଶ୍ଚର୍ଯ୍ୟା ମଧ୍ୟରେ ଭଲପାଇବା ଖୁବ୍ ନିବିଡ ଥିଲା । କିନ୍ତୁ ପରମୂହୂର୍ତ୍ତରେ ସଲମାନଙ୍କ ଦୂର୍ବ୍ୟବହାର ଏବଂ ଐଶ୍ଚର୍ଯ୍ୟା ଜୀବନରେ ବିବକେ ଓବରାୟଙ୍କ ଆଗମନ । ଏହି ଦୁଇଜଣଙ୍କ ମଧ୍ୟରେ ଦୂରତା ଆଣି ଦେଇଥିଲା ।
ସୋମି ଅଲୀ: ସଲମାନ ଏବଂ ସୋମି ଦୁହିଁଙ୍କ ନାଁ ଖୁବ୍ କମ୍ ଶୁଣିବାକୁ ମିଳିଛି । ସଲମାନ,ସୋମିଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ସଲମାନଙ୍କ ଖରାପ ଅଭ୍ୟାସ ଯୋଗୁଁ ସୋମି ସିଧାସଳଖ ବିବାହ ପାଇଁ ମନା କରି ଦେଇଥିଲେ ।
କ୍ୟାଟ୍ରିନା କୈଫ: ଐଶ୍ଚର୍ଯ୍ୟାଙ୍କ ସହିତ ସଂପର୍କ ତୁଟିବା ପରେ ସଲମାନଙ୍କ ଜୀବନରେ କ୍ୟାଟ୍ରିନା ଆସିଥିଲେ । ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ବହୁତ ଦିନ ଧରି ରହିଥିଲା । କିନ୍ତୁ ସଲମାନଙ୍କ ଖରାପ ଅଭ୍ୟାସ ଲାଗି କ୍ୟାଟ୍ରିନା ତାଙ୍କ ଠାରୁ ଦୂରେଇ ଯାଇଥିଲେ ।
ଜରୀନ୍ ଖାନ୍: ବଲିଉଡ ଇଣ୍ଡଷ୍ଟ୍ରିରେ ଜରୀନ୍ ଖାଁଙ୍କୁ ଆଣିବାର ଶ୍ରେୟ ସଂପୂର୍ଣ୍ଣ ସଲମାନଙ୍କୁ ଦିଆଯାଏ । ଫିଲ୍ମ ‘ଭିର୍’ ଜରିଆରେ ଦୁଇଜଣଙ୍କ ମଧ୍ୟରେ ସଂପର୍କ ନିବିଡ ହୋଇଯାଇଥିଲା । ଏବଂ ସଲମାନ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଜରୀନ୍ ନୂଆ ନୂଆ ଇଣ୍ଡଷ୍ଟ୍ରିକୁ ଆସିଥିଲେ । ସେ ଆହୁରି କାମ କରିବାକୁ ଚାହୁଁଥିଲେ । ସେଥିପାଇଁ ସଲମାନଙ୍କୁ ବିବାହ କରିବା ଲାଗି ମନା କରି ଦେଇଥିଲେ ।