ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି । ଆଜି କଂଗ୍ରେସରେ ବିଧି ବଧ ଭାବେ ସାମିଲ ହୋଇଛନ୍ତି ଉର୍ମିଳା ।
ରିପୋର୍ଟ ମୁତାବକ, ଦଳ ପକ୍ଷରୁ ଉର୍ମିଳାଙ୍କୁ ମୁମ୍ବାଇରୁ ନିର୍ବାଚନୀ ମଇଦାନକୁ ଓହ୍ଲା ଯାଇପାରେ । ପୂର୍ବ ମୁମ୍ବାଇରୁ କଂଗ୍ରେସର କୌଣସି ପାର୍ଥୀ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ନଥିଲେ । ସେଥିପାଇଁ ପାର୍ଟି ଏଭଳି ଜଣେ ପାର୍ଥୀକୁ ମଇଦାନରେ ଏଣ୍ଟ୍ରି କରିବାକୁ ଚାହୁଁଥିଲେ, ଯିଏ ବିଜେପିକୁ କଡା ଟକ୍କର ଦେଇ ପାରିବେ ।
ଉର୍ମିଳା ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷତ କରିଛନ୍ତି । ମୁମ୍ବାଇରୁ ଗତ ନିର୍ବାଚନରେ କଂଗ୍ରେସର ସଞ୍ଜୟ ନିରୂପମ ସାଢେ ଚାରି ଲକ୍ଷ ଭୋଟରୁ ହାରିଥିଲେ । ସେଥିପାଇଁ ଚଳିତ ବର୍ଷ ନିର୍ବାଚନରେ ଦଳ ପକ୍ଷରୁ ଉର୍ମିଳାଙ୍କୁ ମଇଦାନକୁ ଓହ୍ଲା ଯାଇଛି । ସେ ଏଠାରୁ ବିଜେପି ବିପକ୍ଷରେ ନିର୍ବାଚନ ଲଢିବେ ।
ବର୍ଷ ୨୦୦୪ରେ କଂଗ୍ରେସ ଟିକେଟ ପାଇ ଅଭିନେତା ଗୋବିନ୍ଦା ବି ନିର୍ବାଚନ ଲଢିଥିଲେ । ଏହା ସହିତ ସେ ୫ ଥର ସାଂସଦ ମଧ୍ୟ ରହିଛନ୍ତି । ଏହାପରେ ୨୦୦୯ ରେ ଏହି ସିଟ୍ ସଞ୍ଜୟ ନିରୂପମଙ୍କୁ ମିଳିଥିଲା । କିନ୍ତୁ ୨୦୧୪ ରେ ଏହି ସିଟ୍ କୁ କଂଗ୍ରେସ କବ୍ଚା କରିବାରେ ଅସଫଳ ହୋଇଥିଲା । ମୁମ୍ବାଇର ୬ଟି ଲୋକସଭା ସିଟ୍ ପାଇଁ ନିର୍ବାଚନ ଅପ୍ରିଲ ୨୯ ରେ ରହିଛି ।