ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ବ୍ୟକ୍ତିଙ୍କ ପାଖରେ ଏକାଠି ବସିବା ପାଇଁ ସମୟ ନାହିଁ । ଏହି ବିଷୟରେ ଆଜିକାଲିର ଯୁବପିଢୀଙ୍କୁ କୌଣସି ପ୍ରକାରର ଅନୁମାନ ନାହିଁ । ନିକଟରେ ଏଭଳି ଏକ ଘଟଣା କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ସହ ହୋଇଛି । ଯାହାକୁ ଆଶା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ଫଟୋରେ ଆଶାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟକ୍ତି ତାଙ୍କ ମୋବାଇଲ ଫୋନରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ଏହି ଫଟୋକୁ ସେୟାର କରି ଆଶା ତାଈ ଟେଲିଫୋନ୍ ଆବିଷ୍କାରକ ଆଲେକଜାଣ୍ଡର ଗ୍ରାହମ ବେଲଙ୍କୁ ଟାର୍ଗେଟ କରିଛନ୍ତି । କ୍ୟାପସନ୍ ସେ ଲେଖିଛନ୍ତି କି, ‘ବାଗଡୋଗରାରୁ କୋଲକାତା ପର୍ଯ୍ୟନ୍ତ ମୋ ପାଖରେ କେତେ ଭଲ ଲୋକଙ୍କ ସାଥ୍ ରହିଛି କିନ୍ତୁ କେହି ବି କଥା ହେବା ପାଇଁ ନାହାନ୍ତି । ଆଲେକଜାଣ୍ଡର ଗ୍ରାହମ ବେଲଙ୍କୁ ଧନ୍ୟବାଦ’ ।
କଣ୍ଠଶିଳ୍ପୀଙ୍କର ଏହି ଟ୍ୱିଟ୍ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଜାନୁଆରୀ ୧୩ କରାଯାଇଥିବା ଏହି ଟ୍ୱିଟ୍ କୁ ଏପର୍ଯ୍ୟନ୍ତ ୨୪ ହଜାର ଲୋକ ଲାଇକ୍ କରିସାରିଲେଣି । ଏହାସହିତ ଅନେକ କମେଂଟ ମଧ୍ୟ ଆସୁଛି ।କିଛି ୟୁଜର୍ସ ଆଶାଙ୍କ ଏହି ଟ୍ୱିଟ୍ କୁ ନେଇ ଆଈ-ଓପନର ବୋଲି ମଧ୍ୟ କହିଛନ୍ତି ।
ଖବରମୁତାବକ, ଆଶା ଆଜିକାଲି ଏକ ମ୍ୟୁଜିକାଲ କଂସର୍ଟରେ ବ୍ୟସ୍ତ ଅଛନ୍ତି । ସେ ତାଙ୍କ ଟ୍ୱିଟରରେ ଗୀତ ଗାଉଥିବାରୁ ଭିଡିଓ ସେୟାର କରିଛନ୍ତି । ଏହାପୂର୍ବରୁ ଆଶା ତାଈଙ୍କୁ ପିସିନିକ୍ ଙ୍କ ବାହାଘରରେ ଦେଖିବାକୁ ମିଳିଥିଲା ।