ମୁମ୍ବାଇ (ଏଟିଆର ବ୍ୟୁରୋ) : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ କେସରେ ଅନେକ ଫିଲ୍ମ ଷ୍ଟାରଙ୍କ ନାମ ଯୋଡି ହେଉଛି । ସୁଶାନ୍ତଙ୍କ ମ୍ୟାନେଜର ଜୟା ଶାହାଙ୍କ ଏକ କଥିତ ଚାଟ୍ ରେ ଡି ଏବଂ କେ ର ନାମ ଚର୍ଚ୍ଚା ହେଉଛି । ଏନସିବିର ସୁତ୍ର ମୁତାବକ, ଡି ର ଅର୍ଥ ଦୀପିକା ପାଦୁକୋନ ଏବଂ କେ ର ଅର୍ଥ କରିଶ୍ମା (ଜୟାଙ୍କ ଆସୋସିଏଟ) ।
ନୋଟିଫିକେସନ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ସୁଶାନ୍ତ ପୂର୍ବତନ ପ୍ରବନ୍ଧକ ଶ୍ରୁତି ମୋଦି ଏବଂ ତାଙ୍କର ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ସୋମବାର ଏଜେନ୍ସିର କାର୍ଯ୍ୟଳୟରେ ହାଜର ହେବାକୁ କୁହାଯାଇଥିଲା । ଏହାପରେ ଅଧିକାରୀ କହିଛନ୍ତି କି ଦିନ ୨ ଟାରେ ଜୟା ଶାହା ଦକ୍ଷୀଣ ମୁମ୍ବାଇ ସ୍ଥିତ ଏନସିିବିର କାର୍ଯ୍ୟାଳୟରେ ପହଁଚିଥିଲେ ।
ସେହିପରି ଆଜି ବି ଏନସିବି ପକ୍ଷରୁ ଜୟାଙ୍କୁ ପଚରା ଉଚରା ଡକାଯାଇଛି । ଏହି ଅବସରରେ ଅନେକ ଜିନିଷର ଖୁଲାସ ହୋଇପାରେ ବୋଲି ଆଶଙ୍କା ରହିଛି ।