ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମ ‘ବାହୁବଲୀ’ରେ ସଫଳତା ହାସଲ କରିବା ପରେ ସାଉଥ ଅଭିନେତା ପ୍ରଭାସଙ୍କର ସାରା ଦେଶରେ ଫ୍ୟାନ୍ସ ସଂଖ୍ୟା ବଢି ଯାଇଛି । ତାଙ୍କର ଦକ୍ଷ ଅଭିନୟ ପାଇଁ ତାଙ୍କୁ ବଲିଉଡରୁ ଅନେକ ଅଫର ଆସିଲାଣି । ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିର ସଫଳ ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଫିଲ୍ମ ପାଇଁ ପ୍ରଭାସଙ୍କୁ ଅଫର ଦେଇଥିଲେ, କିନ୍ତୁ ପ୍ରଭାସ ଏହି ଅଫରକୁ ମନା କରି ଦେଇଥିଲେ ।
ଖବରମୁତାବକ, ପ୍ରଭାସ ପ୍ରଥମ ଥର ପାଇଁ କରଣଙ୍କ ଅଫରକୁ ମନା କରି ନାହାନ୍ତି, ଏହା ତାଙ୍କର ଦ୍ୱିତୀୟ ଅଫର ଥିଲା । ପ୍ରକୃତରେ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କୁ ଲଞ୍ଚ କରିବାକୁ କରଣ ଚାହୁଁଥିଲେ,ସେଥିପାଇଁ ଯେତେବେଳେ କରଣ,ପ୍ରଭାସଙ୍କ ସହ ଭେଟିଲେ ସେତେବେଳେ ଟଙ୍କା ପାଇଁ କଥାଟା ଠିକ୍ ହୋଇ ପାରି ନଥିଲା । ପ୍ରଭାସ ଫିଲ୍ମ କରିବା ପାଇଁ ୨୦ କୋଟି ଟଙ୍କା ଦାବି କରିଥିଲେ ।
ଆଜିକାଲି ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ସାହୋ’ର ସୁଟିଂରେ ଏତେ୍ ବ୍ୟସ୍ତ ରହୁଛନ୍ତ ଯେ ସେ ଅନ୍ୟ ପ୍ରୋଜେକ୍ଟ କଥା ଭାବୁ ନାହାନ୍ତି । ଯେଉଁଥି ପାଇଁ କରଣଙ୍କ ଦ୍ୱିତୀୟ ଅଫରରେ ରାଜି ହୋଇନଥିଲେ ପ୍ରଭାସ ।
ଫିଲ୍ମ ‘ବାହୁବଲୀ-୨’ ରେ କରଣ ସଂପୂର୍ଣ୍ଣ ମାର୍କେଟିଂ ଦାୟିତ୍ୱ ସମ୍ଭାଳି ଥିଲେ, ସେଥିପାଇଁ କରଣ ଏବଂ ପ୍ରଭାସ ଙ୍କ ମଧ୍ୟରେ ଭଲ ବନ୍ଧୁତା ଅଛି । ଫିଲ୍ମକୁ ନେଇ ପ୍ରଭାସ କହିଥିଲେ ଯେ,କରଣଙ୍କ ସହ ମୋର ଭଲ ସମ୍ବନ୍ଧ ଅଛି,ଯେବେ ମୋର ଆବଶ୍ୟକ ପଡିବ ମୁଁ କରଣଙ୍କୁ କହିବି ।
ସୂଚନାନୁଯାୟୀ, ପ୍ରଭାସଙ୍କ ଫିଲ୍ମ ‘ସାହୋ’ ଏକ ଥ୍ରୀଲର ଡ୍ରାମା ଫିଲ୍ମ ଅଟେ । ଏହି ଫିଲ୍ମଟି ପ୍ରସ୍ତୁତ କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ପ୍ରଭାସଙ୍କ ବିପରୀତରେ ଶ୍ରଦ୍ଧା କପୁର ନଜର ଆସିବେ । ଫିଲ୍ମଟିର ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇ ସାରଛି ।