ମୁମ୍ବାଇ(ଏଟିଆର ବ୍ୟୁରୋ): ପାୟଲ ଘୋଷ ପୋଲିସ ଷ୍ଟେସନରେ ଅନୁରାଗ କଶ୍ୟପଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ବ୍ୟତୀତ ସେ ଏନସିଡବ୍ଲୁରେ ମଧ୍ୟ ଅଭିଯୋଗ କରିବେ। ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ପାୟଲ ମଙ୍ଗଳବାର ଅନୁରାଗ କାଶ୍ୟପଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବେ।
ପାୟଲ ଅନୁରାଗଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସୋମବାର ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନକୁ ଯାଇଥିଲେ। କିନ୍ତୁ ପାୟଲଙ୍କ ବିବୃତ୍ତି ରେକର୍ଡ କରିବାକୁ ପୋଲିସ ଷ୍ଟେସନରେ କୌଣସି ମହିଳା ଅଧିକାରୀ ନଥିଲେ, ତେଣୁ ପାୟଲ ମଧ୍ୟରାତ୍ରିରେ ଅଭିଯୋଗ ନକରି ଘରକୁ ଫେରିଥିଲେ । ଏହି ପରିପ୍ରେକ୍ଷୀରେ ପାୟଲଙ୍କ ଓକିଲ ନିତିନ ସତ୍ୟପୁତ ଏକ ଗଣ ମାଧ୍ୟମକୁ କହିଛନ୍ତି , “ବିବୃତ୍ତି ରେକର୍ଡ କରିବାକୁ କେହି ମହିଳା ଅଧିକାରୀ ନଥିଲେ ,ତେଣୁ ଫାଇଲ ଦର୍ଜ ହୋଇ ପାରିଲା ନାହିଁ । ଏହି ଘଟଣା ଭର୍ସୋଭା ପୋଲିସ ଷ୍ଟେସନ ଅଧୀନରେ ଘଟିଥିବାରୁ ସେ ସାହିଠାରେ ହିଁ ଫାଇଲ ଦାଖଲ କରିବେ ।
ପାୟଲ ପୋଲିସ ଷ୍ଟେସନରେ ଅନୁରାଗ କାଶ୍ୟପଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ବ୍ୟତୀତ ସେ ଏନସିଡବ୍ଲୁରେ ମଧ୍ୟ ଅଭିଯୋଗ କରିବେ।
ପାୟଲ ଏକ ଗଣମାଧ୍ୟମକୁ କହିଥିଲେ – ଅନୁରାଗ ମୋତେ ତାଙ୍କ ଘରକୁ ଡାକିଥିଲେ। ମୁଁ ତାଙ୍କ କମ୍ପ୍ୟୁଟର ରୁମରେ ବସିଥିଲି । ପରେ ସେ ମୋତେ ଅନ୍ୟ ଏକ କୋଠରୀକୁ ନେଇଗଲେ, ଯେଉଁଠାରେ କ୍ୟାସେଟ୍ ଥିଲା, ସେଠାରେ ଏକ ଲାଇବ୍ରେରୀ ଥିଲା । ସେଠାରେ ବହି ଥିଲା, ଗୋଟିଏ ବିଛଣା, ଟିଭି ଥିଲା । ମୁଁ ସେଠାରେ ବସିଥିଲି ଏବଂ ତା’ପରେ ସେ ଏପରି କିଛି ଫିଲ୍ମ ଗଲାଇ ଥିଲେ , ମୋତେ ଭଲ ଲାଗି ନଥିଲା । ସେ କେଇଁ ଅଭିନେତ୍ରୀଙ୍କୁ ଲଞ୍ଚ କରିଛନ୍ତି ତାହା ମଧ୍ୟ ମୋତେ କହିଥିଲେ । ପାୟଲ କହିଥିଲେ – ଅନୁରାଗ ମୋତେ ମଧ୍ୟ କହିଥିଲେ ଯେ ସେ ୨୦୦ରୁ ଅଧିକ ଝିଅଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ସେ ବହୁତ ଗର୍ବର ସହିତ କହୁଥିଲେ । ସେ ମୋତେ ବି ତାଙ୍କ ସହିତ କ୍ଲୋଜ ହେବା ପାଇଁ ଚେଷ୍ଟା କରୁଥିଲେ , ମୁଁ ତାଙ୍କୁ ଅନୁରୋଧ କଲି ଯେ ସାର୍, ମୁଁ ପରେ ତୁମକୁ ଭେଟିବି, ମୋତେ ଆଜି ଯିବାକୁ ପଡିବ । ଏହା ପରେ, ମୁଁ ଧୀରେ ଧୀରେ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲି । ମୁଁ ତାଙ୍କୁ ଟ୍ୱିଟରରେ ଫୋଲୋ କରୁଥିଲି, କିନ୍ତୁ ଏପରି ହେବା ପରେ ମୁଁ କାଙ୍କୁ ଆଉ ଫୋଲୋ କରୁନାହିଁ କି ତାଙ୍କ ସହିତ କୌଣସି ସଂପର୍କ ରଖି ନଥିଲି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024