ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଳ ହେଲା ଟାଇଟାନିକ୍ ଜାହାଜର ଭଗ୍ନାବଶେଷ ଦେଖିବା । ଚାଲିଗଲା ୫ ଜଣଙ୍କ ଜୀବନ । ଟାଇଟନିକ୍ ର ଭଗ୍ନାବଶେଷ ଦେଖିବା ପାଇଁ ଟାଇଟନ୍ ନାମକ ବୁଡା ଜାହାଜରେ ୫ ଜଣ ଯାତ୍ରୀ ବାହାରିଥିଲେ । ଏହାପରେ ଏହି ବୁଡା ଜାହାଜଟି ଉତ୍ତର ଆଣ୍ଟଲାଣ୍ଟିକରେ ନିଖୋଜ ହୋଇଯାଇଥିଲା । ଅନେକ ସର୍ଚ୍ଚ ଅପରେସନ ପରେ ବୁଡାଜାହାଜଟି ମିଳିଛି ହେଲେ ସେଥିରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ୧୯୧୨ ରେ ଆଣ୍ଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକ୍ ଜାହାଜର ଭଗ୍ନାବଶେଷ ଦେଖିବା ଲାଗି ବାହାରିଥିବା ଏକ ବୁଡାଜାହାଜ ଜୁନ୍ ୧୮ରୁ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଥିଲା ।