ସାଉଦି ଆରବ(ଏଟିଆର ବ୍ୟୁରୋ):ସାଉଦି ଆରବରେ ଜଣେ ମହିଳା ରିପୋର୍ଟରଙ୍କ ବିରୋଧରେ ନିୟମ ଉଲ୍ଲଘଂନକୁ ନେଇ ଯାଂଚ ଆଦେଶ ଜାରି । କାରଣ ରିପୋର୍ଟିଂ କରୁଥିବା ସମୟରେ ମହିଳା ରିପୋର୍ଟର ଜଣକ ଅଶ୍ଳୀଳ ପୋଷାକ ପିନ୍ଧିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଭିଡିଓକୁ ଦେଖି ଲୋକମାନେ ଅନେକ ଖରାପ ଭାଷା ପ୍ରୟୋଗ କରି ଟିପ୍ପଣୀ ଦେଇଛନ୍ତି । ଯେଉଁଥି ପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ତେଣୁ ଅଡିଓଭିଜୁଆଲ ମିଡିଆର ମୁଖ୍ୟ ଅଧିକାରୀ ମହିଳା ରିପୋର୍ଟରଙ୍କ ବିରୋଧରେ ଯାଂଚ ପାଇଁ ଆଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଶିରୀନ ରିଫାଇ ନାମକ ମହିଳା ଜଣଙ୍କ ଦୁବାଇର ଏକ ନ୍ୟୁଜ୍ ଚ୍ୟାନେଲରେ ଉପସ୍ଥାପିକା ଭାବେ କାମ କରନ୍ତି । ସାଉଦି ଆରବ ସରକାର ଦ୍ୱାରା ମହିଳାଙ୍କ ଟ୍ରାଇଭିଂ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ନେଇ ଶିରୀନ ରିପୋର୍ଟଂ କରୁଥିଲେ । ହେଲେ ରିପୋର୍ଟିଂ ସମୟରେ ସେ ଏକ ହିଜାବ ପିନ୍ଧିଥିଲେ । ଯେଉଁଥିରେ ତାଙ୍କର ବ୍ଲାଉଜ ଓ ଟ୍ରାଉଜର ଦେଖାଯାଉଥିଲା । ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆର ଚର୍ଚ୍ଚାର ବିଷୟ ପାଲଟିଛି ।
الاتحاد السعودي لكرة القدم: الارجنتيتي خوان انطونيو بيتزي سيقود #السعودية في امّم اسيا ٢٠١٩ في #الإمارات – الرياضية
— Zaid Benjamin (@zaidbenjamin) June 26, 2018