ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଆମେରିକା ମଧ୍ୟରେ ସମ୍ବନ୍ଧ ମଜବୁତ ହେବାରେ ଲାଗିଛି । ଦୁଇ ବର୍ଷ ମଧ୍ୟରେ ତୃତୀୟ ଥର ଭାରତ ଏବଂ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବାର୍ତ୍ତାର ଆୟୋଜନ ହେଉଛି ।
ଟୁ ପ୍ଲସ ଟୁ ବାର୍ତ୍ତାରେ ସାମିଲ ହେବା ପାଇଁ ଆମେରିକାର ବିଦେଶ ମନ୍ତ୍ରିୀ ମାଇକ ପୋମ୍ପିଓ ଏବଂ ରକ୍ଷା ମନ୍ତ୍ରୀ ମାର୍କ ଟି ଏସ୍ପର ଆଜି ଦିଲ୍ଲୀରେ ପହଁଚିବେ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏବଂ ଚୀନ୍ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ହେଉଥିବା ଏହି ବୈଠକ ଟି ଗୁରୁତ୍ୱପୂର୍ଣ୍ଣ ରହିଛି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଏହି ବୈଠକ ଅନୁଷ୍ଠିତ ହେବ ।
ଏହି ବର୍ତ୍ତାରେ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରତିନିଧିତ୍ୱ କରିବେ ।ଏଥିରେ ଚୀନ୍ ବିବାଦ ସମେତ କ୍ଷେତ୍ରୀୟ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ଅଧିକାରୀ ସୂତ୍ରରୁ ଜାଣିବାକୁ ମିଳିଛି କି ପୋମ୍ପିଓ ଏବଂ ଏସ୍ପରଙ୍କୁ ସୋମବାର ଅପରାହ୍ନରେ ରାୟସିନା ହିଲ୍ସର ସାଉଥ ବ୍ଲକ ଲନ୍ ଗାର୍ଡ ଅଫ୍ ହନର ଦିଆଯିବ । ଉଭୟ ଆମେରିକା ମନ୍ତ୍ରୀ ଜୟଶଙ୍କର ଏବଂ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଉଭୟ ମନ୍ତ୍ରୀ ।