ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଥିବେ ବଜାରରୁ କ୍ଷୀର ଆଣିଲେ ତାକୁ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏଭଳି କରିବା ଦ୍ୱାରା ସେଥିରେ ଥିବା ଜୀବାଣୁ ମରି ଯାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କ୍ଷୀରକୁ କେତେଥର ଫୁଟାଇବା ଉଚିତ୍ ।
କ୍ଷୀରରେ ଭରପୁର ମାତ୍ରାରେ ଭିଟାମିନ୍ସ, କ୍ୟାଲସିୟମ, ପ୍ରୋଟିନ୍ ଆଦି ପୋଷକ ତତ୍ୱ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭାକାରୀ । ଏହାସହିତ ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ଶକ୍ତି ମିଳିବା ସହ ହାଡ ମଜବୁତ ହୋଇଥାଏ ।
ନିକଟରେ ହୋଇଥିବା ଏକ ଗବେଷଣା ଅନୂଯାୟୀ,୧୭ ପ୍ରତିଶତ ମହିଳାଙ୍କ ମତରେ ବାରମ୍ବାର କ୍ଷୀରକୁ ଫୁଟାଇବା ଦ୍ୱାରା ଏହାର ପୋଷକତତ୍ୱ ସରି ଯାଇଥାଏ । ଯଦିଓ ୫୯ ପ୍ରତିଶତ ମହିଳାଙ୍କ ମତରେ ବାରମ୍ବାର କ୍ଷୀର ଫୁଟାଇବା ଦ୍ୱାରା ପୋଷୋକ ତତ୍ୱ ବଢିଥାଏ । ଏହାକୁ ୨୭ ପ୍ରତିଶତ ମହିଳା ସହମତ କରିଛନ୍ତି ।
ଇଣ୍ଡିଆନ୍ ମେଡିକଲ ଏକାଡେମୀ ୨୫ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ୩୦୦ ମହିଳାଙ୍କୁ ନେଇ ଏକ ଗବେଷଣା କରିଛି । ଯେଉଁଥିରୁ ଜାଣିବାକୁ ମିଳିଲା ଯେ ମୁମ୍ବାଇରେ ରହୁଥିବା ୪୧% ଲୋକ କ୍ଷୀର ପିଇବା ପୂର୍ବରୁ ୩ରୁ ଅଧିକ ଥର ଫୁଟାଇ ଥାନ୍ତି । ସେହିପରି ୫୬% ଲୋକେ ୫ମିନିଟ୍ ରୁ ଅଧିକ ସମୟ କ୍ଷୀର ଫୁଟାଇବାକୁ ସଠିକ୍ ମଣିଥାନ୍ତି । କିନ୍ତୁ ଗବେଷଣାର ଫଳ ଅନୁଯାୟୀ ୭୭% ଲୋକ କ୍ଷୀର ଫୁଟାଇବା ସମୟରେ ଘାଣ୍ଟନ୍ତି ନାହିଁ । ଏହା ବହୁତ କଷ୍ଟ କାମ ବୋଲି ମାନିଥାନ୍ତି ।
ପ୍ରକୃତରେ ଗୋଟେ ଥର କ୍ଷୀର ଫୁଟାଇ ସାରିବା ପରେ ଏହାକୁ ଉଷୁମ୍ କରି ପିଅନ୍ତୁ । ପ୍ରଥମେ ଧ୍ୟାନ ରଖନ୍ତୁ ଗ୍ୟାସରେ କ୍ଷୀର ବସିଲା ବେଳେ ଯେପରି ଘାଣ୍ଟିବାକୁ ନ ଭୁଲନ୍ତି ।