ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆମିଷ ପ୍ରିୟ । ବିନା ଆମିଷରେ ସେମାନେ ରହିପାରନ୍ତି ନାହିଁ । ସେ ମାଛ ହେଉ ଅବା ମାଂସ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଛେଳି ମାଂସ ଭୋଜନ କରି ସାରିବା ପରେ ଏଭଳି କିଛି ଜିନିଷ ଅଛି ତାହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା, ମାଂସ ଖାଇ ସାରିବା ପରେ କେଉଁ ତିନିଟି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।
ଦୁଗ୍ଧ
ମାଂସ ଖାଇବା ପରେ ଭୁଲରେ ବି ଦୁଗ୍ଧ ପିଇବେ ନାହିଁ । କାରଣ ମାଂସ ଖାଇ ସାରିବା ପରେ ଦୁଗ୍ଧ ପିଇଲେ ଧଳା ଚର୍ମ ରୋଗରେ ଶିକାର ହେବାର ସମ୍ଭାବନା ରହିଛି । ଫଳରେ ହାତ,ଗୋଡ,ମୁହଁ ସହ ଶରରୀର ଅନେକ ଅଂଶରେ ଧଳା ଦାଗ ଦେଖାଯାଇଥାଏ ।
ଦହି
ମାଂସ ଖାଇ ତୁରନ୍ତ ଦହି ପିଇବା ସ୍ୱାସ୍ଥ୍ୟ ପାଇଁ ହାନୀକାରକ । ମାଂସ ପରେ ଦହି ଖାଇଲେ, ଥଣ୍ଡା ଜ୍ୱର ଭଳି ଗମ୍ଭୀର ସମସ୍ୟାରେ ପଡିପାରନ୍ତି ।
ଆଳୁ
ମାଂସ ପରେ ଆଳୁ ଖାଇବା ମଧ୍ୟ ଠିକ ନୁହେଁ । ମାଂସରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଥିବା ବେଳେ ଆଳୁରେ କାର୍ବହାଇଡ୍ରେଟର ପରିମାଣ ଅଧିକ ରହିଥାଏ । ଯାହା ଫଳରେ ଗ୍ୟାସ ଏବଂ ପେଟ ଫୁଲିବା ଭଳି ଗମ୍ଭୀର ସମସ୍ୟା ଦେଖିବାକୁ ମିଳିଥାଏ ।