ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ବ୍ୟକ୍ତି ମୋବାଇଲ କୁ ପାଖରେ ରଖି ରାତିରେ ଶୋଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହାଦ୍ୱାରା ଆପଣଙ୍କ ଉପରେ କି ପ୍ରଭାବ ପଡିଥାଏ । ନିକଟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି କି ସ୍ମାର୍ଟଫୋନ୍ ବହୁଳ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ମନର ସ୍ଥିତିରେ ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ବ୍ୟକ୍ତିଙ୍କ ଯୌନ ଜୀବନରେ ଉପରେ ପଡିଥାଏ । ଏନେଇ ମୋରକ୍କୋ ର କାସାବ୍ଲାଂକାରେ ଶେଖ ଖଲିଫା ବେନ୍ ଜାୟଦ ଅନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ହସ୍ପିଟାଲର ଯୌନ ସ୍ୱାସ୍ଥ୍ୟ ବିଭାଗରେ ଖୁଲାସା କରାଯାଇଛି । ଗବେଷଣାରେ ସାମିଲ ଥିବା ପାଖାପାଖି ୬୦ ପ୍ରତିଶତ ଲୋକ ସ୍ମାର୍ଟଫୋନ୍ ଯୋଗୁଁ ତାଙ୍କ ଯୌନ ଜୀବନରେ ଆସିଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
ମରକ୍କୋ ୱାଲ୍ଡ ନ୍ୟୁଜ୍ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ଗବେଷଣାରେ ସାମିଲ ଥିବା ୩୦୦ ପ୍ରତିଯୋଗୀଙ୍କ ପାଖରେ ସ୍ମାର୍ଟଫୋନ୍ ରହିଥିଲା ଏବଂ ଏଥିରୁ ୯୨ ପ୍ରତିଶତ ଲୋକ ଫୋନ୍ ସ୍ୱୀକାର କରିଥିଲେ କି ସେମାନେ ଫୋନ୍ କୁ ପାଖରେ ରଖି ରାତିରେ ଶୋଇଥାନ୍ତି । ଏହାବ୍ୟତିତ କେବଳ ୧୮ ପ୍ରତିଶତ ଲୋକ ତାଙ୍କ ଫୋନ୍ କୁ ବେଡ୍ ରୁମ୍ ରେ ଫ୍ଲାଇଟ୍ ମୋଡ୍ କରି ଶୋଇଥାନ୍ତି ସ୍ୱୀକାର କରିଛନ୍ତି ।
ଯୌନ କ୍ଷମତା ପ୍ରଭାବିତ ହୋଇଥାଏ: ସ୍ମାର୍ଟଫୋନ୍ ଯୋଗୁଁ ୨୦ ରୁ ୪୫ ବର୍ଷ ବୟସର ବ୍ୟକ୍ତି ନକରାତ୍ମକ ରୂପେ ପ୍ରଭାବିତ ହୋଇଥାନ୍ତି । ଏହାସହିତ ୬୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି କି ସ୍ମାର୍ଟଫୋନ୍ ଯୋଗୁଁ ତାଙ୍କ ଯୌନ କ୍ଷମତା ପ୍ରଭାବିତ ହେଉଛି । କାରଣ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରିଥାନ୍ତି ।
ସେପଟେ ଆମେରିକାର ଏକ କମ୍ପାନୀ ସ୍ୱୋରକଲର ସର୍ଭେରୁ ଜଣାପଡିଛି ଯେ ପାଖାପାଖି ତିନି ଚତୁର୍ଥାଂଶ ଲୋକ ସ୍ୱୀକାର କରିଛନ୍ତି କି ରାତିରେ ଶୋଇବା ବେଳେ ନିଜ ବିଛଣାରେ ଫୋନ୍ ରଖି ଶୋଇଥାନ୍ତି । ଯେଉଁ ଲୋକ ନିଜ ପାଖରେ ଫୋନ୍ ରଖି ଶୋଇଥାନ୍ତି ,ସେମାନଙ୍କର ଯୌନ କ୍ଷମତା ପ୍ରଭାବିତ ହୋଇଥାଏ ।