ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ସୁନାର ଚାହିଦା ବଢିବାରେ ଲାଗିଛି । ପ୍ରତିଦିନ ଦରରେ ପରିବର୍ତ୍ତନ ହେଉଛି । କେତେବେଳେ ବଢୁଛି ତ ପୁଣି କେତେବେଳେ କମୁଛି । ତାହା ସହିତ ବାହାଘର ସିଜିନ୍ ଥିବାରୁ ଲୋକେ ସୁନା କିଣିବାକୁ ବେଶି ପସନ୍ଦ କରୁଛନ୍ତି । ଯଦି ଆପଣଙ୍କର ସୁନା ଗହଣା କିଣିବାର ଅଛି ତେବେ ତା ପୂର୍ବରୁ ଜାଣି ରଖନ୍ତୁ କଣ ରହିଛି ଆଜିର ଦର । ଭାରତୀୟ ବଜାରରେ ଦଶ ଗ୍ରାମ ପ୍ରତି୨୨ କ୍ୟାରେଟର ସୁନା ମୂଲ୍ୟ ୬୩ ହଜାର ୩୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ସୁନା ମୂଲ୍ୟ ୬୯ ହଜାର ୧୦୦ ଟଙ୍କା ରହିଛି । ସେହିଅନୁଯାୟୀ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୬୩ ହଜାର ୩୪୦ ଟଙ୍କା ଏବଂ ୨୪ କ୍ୟାରେଟର ସୁନା ମୂଲ୍ୟ ୬୯ ହଜାର ୧୦୦ ଟଙ୍କା ରହିଛି ।
ସେହିପରି ୨୨ ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ମୁମ୍ବାଇରେ ୬୩,୩୪୦ ଏବଂ ୬୯,୧୦୦, ଦିଲ୍ଲୀରେ ୬୩,୪୯୦ ଓ ୬୯,୨୫୦, ଚେନ୍ନାଇରେ ୬୪,୨୯୦ ଓ ୭୦,୧୪୦ ଏବଂ କୋଲକାତାରେ ୬୩,୩୪୦ ଓ ୬୯,୧୦୦ ଟଙ୍କା ରହିଛି ।
ଅନ୍ୟପଟେ ଏକ କିଲୋଗ୍ରାମ ରୂପା ର ମୂଳ୍ୟ ୭୯ ହଜାର ୧୦୦ ଟଙ୍କା ରହିଛି ।