ମୁମ୍ବାଇ(ଏଟିଆର ବ୍ୟୁରୋ): କରୋନା ଭାଇରସ ବିଶ୍ୱକୁ କାବୁୁ କରିଥିବା ବେଳେ , ଲକ୍ ଡାଉନ୍ ଓ ସଟ୍ ଡାଉନର ଚାପ ଭିତରେ ରହିଥିଲେ ଜନ ସାଧାରଣ । କିନ୍ତୁ ଦେଶରେ ଅନଲକ୍ ପ୍ରକ୍ରିୟା ଜାରି ହେବା ପରେ ସେପ୍ଟେମ୍ବର ମାସଠାରୁ ମୁଦ୍ରସ୍ପିତି ବଢିଛି । ଯାହା ପାଇଁ ସବୁ କ୍ଷେତ୍ରରେ ବର୍ତ୍ତମାନ ବଢିଚାଲିଛି ରେଟ୍ । ପନିପରିବା ଠାରୁ ଆରମ୍ଭ କରି ସଉଦା ସାମଗ୍ରୀ ପର୍ଯ୍ୟନ୍ତ । ସେପ୍ଟେମ୍ବର ମାସରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ପୁଣି ବଢିଛି। ସୋମବାର ମିଳିଥିବା ସରକାରୀ ତଥ୍ୟ ମୁତାବକ ଅଗଷ୍ଟରେ ୬.୬୯ ପ୍ରତିଶତ ମୁକାବିଲାରେ ଖୁଚୁରା ମୁଦ୍ରାସ୍ପିତି ସେପ୍ଟେମ୍ବରରେ ବଢି ୭.୩୪ ପ୍ରତିଶତରେ ପହଞ୍ଚିଛି। ମୁଦ୍ରାସ୍ପିତିକୁ ନେଇ ବିଭିନ୍ନ ଏଜେନ୍ସିଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଥିବା ବେଳେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଧାର୍ୟ୍ୟ ସୀମା ମଧ୍ୟ ପାର କରିଯାଇଛି। ମୁଦ୍ରାସ୍ପିତି ସ୍ଥିତିରୁ ସାଧାରଣ ଜନତାଙ୍କ ପକେଟ ପଡିଛି ପ୍ରଭାବ। ଜାନୁୟାରୀ ମାସ ପରେ ବଜାରରେ ଲୋକେ ସବୁଠୁ ବଡ଼ ଦୁଃସ୍ଥିତିରେ ସମ୍ମୁଖୀନ ହେଉଛନ୍ତି। ଏବେ ଦେଶରେ ଖାଦ୍ୟ ଶଶ୍ୟ ମୁଦ୍ରାସ୍ପିତି ହାର ୧୦.୬୮ ପ୍ରତିଶତରେ ପହଞ୍ଚିଥିବା ବେଳେ ପନିପରିବା ମହଙ୍ଗା ହାର ୨୦ ପ୍ରତିଶତରେ ପହଞ୍ଚିଛି। ସେହି ଅନୁସାରେ ଡାଲି ୧୫ ପ୍ରତିଶତ ମହଙ୍ଗା ହେବା ଲୋକଙ୍କ ଦୈନିକ ଖାଦ୍ୟ ସୂଚୀକୁ ବଦଳାଇ ଦେଇଛି। କେବଳ ସିପିଆଇ ନୁହେଁ ସୋମବାର ଔଦ୍ୟୋଗିକ ଉତ୍ପାଦନ (ଆଇଆଇପି) ତଥ୍ୟ ମଧ୍ୟ ଜାରି ହୋଇଛି । ତେବେ ଅନଲକରେ ପୁରା ଅର୍ଥନୀତି ଖୋଲିସାରିଥିବା ବେଳେ ଆଇଆଇପି ପଜିଟିଭ ହୋଇ ନ ପାରିବା ଏବେ ଚିନ୍ତାର କାରଣ ପାଲଟିଛି। ଏଥିରୁ ଆଗାମୀ ଦିନରେ ବି ସୁଧାର ଆଶା ଦେଖାଯାଉନି। ଆରବିଆଇଙ୍କ ମୁଦ୍ରାସ୍ପିତି ସ୍ତର ୪%(+ -୨%) ନିର୍ଦ୍ଧାରିତ। ଏଥିରେ ହୁଏତ ମୁଦ୍ରାସ୍ପିତି ହାର ୨ ପ୍ରତିଶତ ଅର୍ଥାତ ୬ ପ୍ରତିଶତକୁ ବଢିପାରେ ନଚେତ ୨ ପ୍ରତିଶତ ହ୍ରାସ ହୋଇପାରେ। ଏବେ ଦେଶର ମୁଦ୍ରାସ୍ପିତି ହାର ୭ ପ୍ରତିଶତରୁ ଆଗକୁ ଯାଇସାରିଲାଣି। ଯାହା ଆରବିଆଇଙ୍କ ଲାଗି ନିଶ୍ଚିତ ରୂପେ ଚିନ୍ତାର କାରଣ ବୋଲି କୁହାଯାଇପାରେ।ତେବେ ଆସନ୍ତା ମାସରେ ମଧ୍ୟ ଏହା କାଏମ ରହିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024