ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶ ପାଳନ କରୁଛି ଗଣେଶ ଚତୁର୍ଥୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ସମେତ ଅନେକ ନେତା ମନ୍ତ୍ରୀ ଗଣେଶ ଚତୁର୍ଥୀର ଶୁଭକାମନା ଜଣାଇଛନ୍ତି ।
ଗଣେଣ ଚତୁର୍ଥୀ ଅବସରରେ କରୋନା ସଙ୍କଟ ଦୂର କରିବା ପାଇଁ କାମନା କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ସେ କହିଛନ୍ତି କି, ଗଣେଶ ଚତୁର୍ଥୀ ର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଏହି ପର୍ବ ଭାରତରେ ଲୋକଙ୍କ ଅଦ୍ୟମ ଉତ୍ସାହ ଏବଂ ଉଲ୍ଲାସର ପ୍ରତିକ । ମୁଁ କାମନା କରୁଛି କି ବିଘ୍ନହର୍ତା ଶ୍ରୀଗେଣଶ ଜୀଙ୍କ କୃପାରୁ କରୋନା ମହାମାରୀ ଦୂର ହେଉ ତଥା ସମସ୍ତ ଦେଶବାସୀ ସୁଖ ଏବଂ ନିରୋଗ ରେ ବଞ୍ଚନ୍ତୁ ।
Ganpati Bappa Morya!
Greetings on Ganesh Chaturthi. The festival is an expression of people’s enthusiasm, joy and forbearance in taking every section of the society along.
May Vighnaharta help us all to overcome COVID-19 pandemic and bless us with a happy and healthy life.
— President of India (@rashtrapatibhvn) August 22, 2020
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି କି, ଆପଣ ସମସ୍ତଙ୍କୁ ଗଣେଣ ଚତୁର୍ଥୀର ଅନେକ ଅନେକ ଶୁଭେଚ୍ଛା । ଭଗବାନ ଶ୍ରୀଗଣେଶଙ୍କ ଆର୍ଶିବାଦ ଆମ ସମସ୍ତଙ୍କ ଉପରେ ରହିଥାଉ । ସମସ୍ତ ପ୍ରକାରର ଖୁସୀ ଏବଂ ସମୃଦ୍ଧି ବଳବତ୍ତର ହୋଇ ରହୁ । ଗଣପତି ବପ୍ପା ମୋରୟା ।
आप सभी को गणेश चतुर्थी की बहुत-बहुत बधाई। गणपति बाप्पा मोरया!
Greetings on the auspicious festival of Ganesh Chaturthi. May the blessings of Bhagwan Shri Ganesh always be upon us. May there be joy and prosperity all over.
— Narendra Modi (@narendramodi) August 22, 2020
ସେହିପରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଗଣେଶଙ୍କର ଏକ ଫଟୋ ସେୟାର କରି ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
समस्त देशवासियों को गणेश चतुर्थी की हार्दिक शुभकामनाएं। pic.twitter.com/R9EoBe5aVG
— Amit Shah (@AmitShah) August 22, 2020