ଭୁବନେଶ୍ୱର,୯ା୨/(ବ୍ୟୁରୋ): ଦିନରାତି, ଜଣା ନାହିଁ । ଫୋନ୍ କେତେବେଳେ ଆସିବ, ଜଣାନାହିଁ । ଡ୍ୟୁଟି କେତେ ସମୟ ଚାଲିବ, ଜଣାନାହିଁ । ଘରକୁ କେତେବେଳେ ଫେରିବେ, ଜଣାନାହିଁ । ଥାନାରୁ କେତେବେଳେ ଡକରା ଆସିବ, ଜଣାନାହିଁ । ଘରେ ପିଲା ସ୍କୁଲ ଗଲା କି’ ନାହିଁ, ଜଣାନାହିଁ । ଛୁଟି କେବେ ମିଳିବ, ଜଣାନାହିଁ । ଘରର ଦାୟିତ୍ୱ କେମିତି ତୁଲାଇବେ, ଜଣାନାହିଁ । ପୂଜାପର୍ବାଣି କେବେ ପରିବାର ସହ ମିଶିବେ, ତାହାର ଠିକ ଠିକଣା ନାହିଁ । ତଥାପି ଶାନ୍ତ, ନିସ୍ୱାର୍ଥ ପର ସେବା ସହ ନ୍ୟାୟ ଦେବା ଓ ସବୁବେଳେ ଆପଣଙ୍କ ଲାଗି ଏଠି ସେଠି ଡେରା ପକାଇ ଜଗି ବସିଥିବା ଚାକିରି ର ନାଁ ହେଉଛି ପୁଲିସ । ତେବେ ଏହି ପୁଲିସ ଆଜି କାହିଁକି ଏତେ ବଦନାମ୍ ତାହାର କାରଣ ବି ଜଣାନାହିଁ ।
ଏକ ସର୍ଭେ ରିପୋର୍ଟ କହୁଛି ଅପରାଧୀକୁ ଛାଡିଲେ ପୁଲିସ ଲାଞ୍ଚନେଇ ଛାଡିଲା ବୋଲି ଚର୍ଚ୍ଚା ହୁଏ । ଯଦି ସେହି ଅପରାଧୀକୁ ବାନ୍ଧିଲା ତେବେ ବି ପୁଲିସ ଟଙ୍କା ପାଇଲାନି ବୋଲି ବାନ୍ଧି ପକାଇଲା ବୋଲି ବି ମତ’ ପ୍ରକାଶ ପାଏ । ତେବେ ଏହେଉଛି ଲୋକଙ୍କ ମାନସିକତା । ଏଥିରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ । କାରଣ ପୁଲିସ ବି ଠିକ୍ ଜଣେ ଆମପରି ମଣିଷ । ଥରେ ଚିନ୍ତା କରନ୍ତୁ ସେ ନୂଆବର୍ଷ ସେଲିବେସନ ହେଉ କି’ ଦୂର୍ଗାପୂଜା, ଯେତେବେଳେ ଆମେ ପରିବାର ସହ ରହି ହସଖୁସି କରିଥାଉ ଠିକ୍ ସେହି ସମୟରେ ପରିବାରକୁ ଛାଡି ଏମାନେ ରାସ୍ତାରେ ଆମ ସୁରକ୍ଷା ଲାଗି ହିଁ ଛିଡା ହୋଇଥାନ୍ତି । ଏଠି ପ୍ରଶ୍ନ ଉଠୁଛି ତାଙ୍କର କଣ’ ମନ ନାହିଁ? ପରିବାର ଲୋକଙ୍କ ସହ ନବୁଲିବା କ’ଣ ଅଭିସାପ? ଏମିତି ଅନେକ ପ୍ରଶ୍ନ କୌଣସି ନା କୌଣସି ପୁଲିସ କର୍ମୀଙ୍କ ମନକୁ ଆସୁଥିବ । ହେଲେ କାହାକୁ କହିବେ ଶୁଣିବ ବା କିଏ?
ଖୁସିର ମୌକାକୁ ବାଦ୍ ଦେଲେ କେବେ ଧାରଣା ତ’ କେବେ ବିକ୍ଷୋଭ । କେବେ ଦଙ୍ଗା ତ’ ପୁଣି କେବେ ହତ୍ୟା । କେବେ ଲୁଟ୍ ତ’ ପୁଣି କେତେବେଳେ ବଳାକ୍ରାର, ଚୋରି ଏସବୁ ଘଟଣାରେ ଜଡିତ ରହିବାକୁ ପଡେ ପୁଲିସକୁ । ଏସବୁ ଘଟଣାର ଯେମିତି କୌଣସି ଟାଇମ୍ ଟେବୁଲ ନଥାଏ ଠିକ୍ ସେମିତି ପୁଲିସ ଡ୍ୟୁଟି କେତେବେଳେ କେଉଁଠି ଲାଗିବ ତାହାର ବି ହିସାବ ନଥାଏ । ନା’ ଡ୍ୟୁଟିର ସମୟ କିଛି ନିର୍ଦ୍ଧିଷ୍ଟ ଥାଏ ନା’ ଛୁଟି କେବେ ମିଳିବ ତାହାର ଠିକଠିକଣା ଥାଏ ।
ସେପଟେ ପୁଣି ଅଜବ ନିୟମ ପୁଲିସର । ସେ ହାଡ଼ଭଙ୍ଗା ଶିତ କାକର ହେଉ କି’ ଢ଼ୋ ଢ଼ୋ ବର୍ଷା, ଗୋଟିଏ ବର୍ଦ୍ଧିରେ ଡ୍ୟୁଟି କରିଥାଏ ପୁଲିସ । ସବୁଠୁ ବଡ଼ କଥା ହେଉଛି କର୍ମଚାରୀ ଅଭାବ ଯୋଗୁ ଜଣେ ଜଣେ ପୁଲିସ କର୍ମଚାରୀଙ୍କୁୁ ବି ବେଳେ ବେଳେ ୧୨/୧୪ଘଣ୍ଟା ଡ୍ୟୁଟି କରିବାକୁ ପଡେ । ସେତେବେଳେ କେହି ବି ସେହି ପୁଲିସ ଅଫିସରଙ୍କ ମାନସିକ ଚିନ୍ତାର କାରଣ ପଚାରି ନଥାନ୍ତି । କିନ୍ତୁ ଯଦି ଆଣିଥିବା ଅଭିଯୋଗର ସମସ୍ୟା କେଉଁଠି ରହିଯାଏ ଆମେ ସେହି ପୁଲିସ କର୍ମଚାରୀଙ୍କ ଉପରେ ସବୁ ଦୋଷ ଲଦିବାକୁ ଆଦୌ ହେଳା କରି ନଥାଉ । ଖାଲି ଏତିକି ନୁହେଁ ଭିଆଇପି, ଭିଭିଆଇପି, ନେତା ମନ୍ତ୍ରୀଙ୍କର ଯଦି କିଛି ଏପଟ ସେପଟ ହେଲା ସେଥିରେ ବି ରାଗ ସୁଝାଯାଏ ପୁଲିସର ।
ତେବେ ଏନେଇ ଏଟିଆର୍ ନ୍ୟୁଜ ଅନେକ ଲୋକଙ୍କ ମତ ନେଇଥିଲା । ଯାହା ଉତ୍ତର ମିଳିଲା ତାହା କିଛି ଏହିପରି । ୫ବର୍ଷରେ ନେତା ମନ୍ତ୍ରୀ ବଦଳିବେ । କିନ୍ତୁ ସେହି ପୁଲିସ ଡ୍ୟୁଟି କରୁଥିବ । ଏପରିସ୍ଥଳେ ରାଜନୈତିକ ଉଦ୍ଦେଶ୍ୟରେ ପୁଲିସକୁ ମଝିକୁ ଆଣିବା ଓ ପୁଲିସକୁ ଅପହରଣ କରିବା ଘଟଣା ଆଦୌ ଠିକ୍ ନୁହେଁ । ଏହାଉପରେ ପୁଲିସ ସଙ୍ଘ ପଦକ୍ଷେପ ନେବା ନିହାତି ଦରକାର ବୋଲି ମତ ପ୍ରକାଶ ପାଇଛି ।
Annapurna
We r responsible for this mindset of general public. All knows how and why this mindset. Think yourself. No doubt we r getting torture. But why…? As because our suprimacy thought. Nobody thinks for others. We r worst than crab. Our thought for flattering to seniors. Some r behaving as slaves of our seniors, ministers and petty politicians. That’s why we r facing this problem. We have no Dare to fight. All police plz think urself r u a citizen of India..? If so r u getting fundamental rights..? R u human being…? We r reptiles. We have no leg. No hand. No sense. We r not human being. We r unsocial creatures. Plz excuse me for this thought.
Annapurna
We r getting salary for 24 hrs. Rather other govt employee s getting much more salaries for 8 hours. Our sub inspector and constable r getting contractual salary. Is this enough to maintain themselves. If so plz clap for our the great ….. Our association is doing nothing. Even whenever we call them for help they put their hands up.thank u