ବାଲେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏଟିଏମ କାଉଣ୍ଟର । ବାଲେଶ୍ୱର ଜିଲ୍ଲା ତୁରିଗଡ଼ିଆର ବଜାରେ ଥିବା ଏକ ଏଟିଏମ କାଉଣ୍ଟରକୁ ଟାର୍ଗେଟ କରିଛନ୍ତି ଲୁଟେରା । ଭାଙ୍ଗିରୁଜି କଳାକନା ବୁଲାଇଛନ୍ତି ।
ତେବେ କେଉଁଦିନ ଏଟିଏମ ଭଙ୍ଗାଯାଇଛି ଓ ସେଥିରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ସେପଟେ ଅଭିଯୋଗ ପାଇବା ପରେ ପୁଲିସ ଆରମ୍ଭ କରିଛି ଖୋଳତାଡ । ମିଳିଥିବା ରିପୋର୍ଟ ଅନୁସାରେ, ଜନଗହଳିପୂର୍ଣ୍ଣ ବଜାରରେ ଥିବା ଏହି ଏଟିଏମଟି ୨/୩ଦିନ ହେବ ବନ୍ଦ ରହିଥିଲା । ତେଣୁ ଅନୁମାନ କକରାଯାଉଛି ଏହି ସମୟ ଭିତରେ ଏଟିଏମକୁ ଟାର୍ଗେଟ କରାଯାଇଛି । ସବୁଠୁ ବଡ଼କଥା ହେଉଛି ଏତେବଡ଼ କାଣ୍ଡ ଘଟିଥିଲେ ମଧ୍ୟ ଏନେଇ କିଛି ଜାଣି ପାରିନଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।