ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି କ୍ୟୁଏଟିର ଅଚାନକ ରେଡ । ଇନଫୋସିଟି ଓ ପଳାଶୁଣି ଅଞ୍ଚଳରେ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ବ୍ରାଉନସୁଗାର ଓ ଲକ୍ଷାଧିକ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଢ଼େରଦିନ ହେବ ନିଶାକାରବାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ସେବେଠୁ କ୍ୟୁଏଟି ପୂରା ଘଟଣା ଉପରେ ନଜର ରଖିଥିଲା ।
ପ୍ରଥମେ ବାଉନସୁଗାର କାରବାରରେ ଇନଫୋସିଟି ଅଞ୍ଚଳର ଜଣେ ଯୁବକଙ୍କୁ ଠାବ କରାଯିବ ପରେ ସେ ସବୁ ପେଡି ଖୋଲିଥିଲା । ପୂରା ଘଟଣାପଛରେ ମାଷ୍ଟରମାଇଣ୍ଡ ଚିତ୍ତ ରଞ୍ଜନ ରାଉତରାୟ ଥିବା ଜଣାଇଥିଲା । ଉଚିତ ପ୍ରମାଣ ମିଳିବା ପରେ କ୍ୟୁଏଟି ଏବେ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଳାରାହାଙ୍ଗର କୃଷ୍ଣଚନ୍ଦ୍ର ନାଥ, ରସୁଲଗଡ଼ର ଚିତ୍ତରଞ୍ଜନ ରାଉତରାୟ ଓ ପଳାଶୁଣି ମୁଣ୍ଡା ବସ୍ତିର ବିଜୟ ବେହେରା ।
ରିପୋର୍ଟ ଅନୁସାରେ, ଏମାନେ ବ୍ରାଉନସୁଗର କାରବାର କରୁଥିବା ସୂଚନା ମିଳିଥିଲା । ତେବେ କେଉଁଠୁ ଓ କେମିତି ଏମାନେ ବ୍ରାଉନସୁଗାର ଆଣୁଛନ୍ତି ସେନେଇ ଖୋଳତାଡ ଚଳାଇଛି ପୁଲିସ । ଚଢ଼ାଉ ବେଳେ ଏମାନଙ୍କ ପାଖରୁ ୨୦ଗ୍ରାମ ବାଉନସୁଗାର ଓ ୧ଲକ୍ଷ ୪୮ ହଜାର ଟଙ୍କା, ପଲସର ବାଇକ ସମେତ କିଛି ପୁଡିଆ ଜବତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।