ଭୁବନେଶ୍ବର (ଏଟିଆର ବ୍ୟୁରୋ) : ପୁଣି ନିମାପଡା ଏସଡିପିଓ ନିରଞ୍ଜନ ପାଢୀଙ୍କ ନାଁରେ ସାଂଘାତିକ ଅଭିଯୋଗ । ଏଟିଆରରେ ଖବର ପ୍ରସାରଣ ପରେ ନିରଞ୍ଜନଙ୍କ ବାବଦରେ ମୁହଁ ଖୋଲିବାକୁ ସାହାସ କରୁ ନଥିବା ଲୋକେ ଏବେ ସାମ୍ନାକୁ ଆସିବାରେ ଲାଗିଲେଣି । ଆଉ ପ୍ରତିଦିନ ପାଢୀ ବାବୁଙ୍କ ନାଁରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆମର ହସ୍ତଗତ ହେଉଛି । ଏଥର ଅଭିଯୋଗ ଆସିଛି ନିମାପଡା କଲେଜ ଛକରୁ । କଲେଜ ଗେଟ ଲାଗିବା ବେଳେ ନିରଞ୍ଜନ କି କେଳେଙ୍କାରୀ କରିଛନ୍ତି ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଯିବ । ରକ୍ତ ଟକ୍ ଟକ୍ ହୋଇ ଫୁଟିବ ।
ପାଢୀବାବୁ ଜଣେ ବିବାହିତା ମହିଳାଙ୍କ ଉପରେ ନିଜର ପୁରୁଷତ୍ତ୍ବ ଜାହିର କରିଥିଲେ ସେତେବେଳେ । ଗଲା ଫେବୃଆରି ୮ତାରିଖ । କଲେଜ ଗେଟ ଲଗାଇବା ବେଳେ କଲେଜ ସୀମାକୁ ଲାଗିଥିବା ଜଣେ ବରିଷ୍ଠ ନାଗରିକଙ୍କ ସହ କିଛି ସୀମା ବିବାଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସଂପୃକ୍ତ ବରିଷ୍ଠ ନାଗରିକଙ୍କ ପତ୍ନୀ ଓ ଝିଅଙ୍କ ନାଁରେ ନିମାପଡା ଥାନାରେ ଅଭିଯୋଗ ହୋଇଥିଲା । ବରିଷ୍ଠ ନାଗରିକ ସଂପୃକ୍ତ ସ୍ଥାନକୁ ନିଜର ବୋଲି ଦାବୀ କରୁଥିବାରୁ ଉକ୍ତ ସ୍ଥାନର କାଗଜପତ୍ର ନେଇ ଥାନାକୁ ଆସିବାକୁ ପାଢୀ ବାବୁ ପଠାଇଥିଲେ ଖବର । ବରିଷ୍ଠ ନାଗରିକ ଜଣକ ସ୍ତ୍ରୀ ଓ ଝିଅକୁ ନେଇ ଥାନାରେ ପହଞ୍ଚିବା ପରେ ଉତ୍ପାତ କରିଥିଲେ ତତ୍କାଳୀନ ଆଇଆଇସି ମିଷ୍ଟର ପାଢୀ । ବରିଷ୍ଠ ନାଗରିକଙ୍କୁ ଧମକ ଦେଲେ ଆଉ କହିଲେ ଗେଟ କଥାରେ ମୁଣ୍ଡ ପୁରେଇଲେ ପେନସନ ବି ପାଇବନି ।
ଖାଲି ସେତିକି ନୁହେଁ, ଝିଅ ଧରି ରହୁଛ, ଜଗି ରଖି ଚଳିବ । ଯାହା ହବ ବୁଝିବ । ସମସ୍ତଙ୍କ ସାମ୍ନାରେ ବରିଷ୍ଠ ନାଗରିକଙ୍କୁ ଆଣ୍ଠେଇବାକୁ ବି କହିଥିଲେ । ଏହାର ପରଦିନ କଲେଜ ଗେଟ ଲାଗିଲା। ସେହି ସମୟରେ ବିରୋଧ କରିବାରୁ ବରିଷ୍ଠ ନାଗରିକଙ୍କ ପତ୍ନୀ, ବିବାହିତା ଝିଅ ଓ ଝିଅର ତିନି ମାସର ଛୁଆକୁ ଜୋର ଜବର ଦସ୍ତ ଥାନାକୁ ନିଆ ଯାଇଥିଲା । ତିନିମାସର ଛୁଆଠାରୁ ତା ମା’କୁ ଅଲଗା କରି ରଖିଥିଲେ ମିଷ୍ଟର ପାଢୀ ।
ଏମିତିକି ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏ ଏମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା । ସବୁଠୁ ଦୁର୍ଭାଗ୍ୟର କଥା ହେଲା ତିନି ମାସର କଅଁଳା ଛୁଆଟା ମା’କ୍ଷୀର ଖାଇବାକୁ କଇଁ କଇଁ ହୋଇ କାନ୍ଦୁଥିଲେ ବି ମିଷ୍ଟର ପାଢୀଙ୍କ ପଥର ହୃଦୟ ଟିକିଏ ତରଳି ନଥିଲା। ମା’ଠୁ ଛୁଆକୁ ଅଲଗା ରଖି ଛୁଆକୁ କ୍ଷୀର ଖାଇବାକୁ ବି ଦେଇ ନଥିଲେ । ଭଗବାନଙ୍କ ଦୟାରୁ ଛୁଆର କିଛି ହୋଇନି । ଝିଅ ହେଇଛ, ଘର କୋଣରେ ରହିବ । ମାଇକିନା ହୋଇ ରୋଲ ଚଲେଇଛ । ବୋପାକୁ ରାସ୍ତାରୁ ଉଠେଇ ନବୁ । ଏସପିଙ୍କୁ କମ୍ପ୍ଲେନ କଲେ ଏସପି ମୋର ……. । ଏଭଳି ବ୍ୟବହାର ଦେଖାଇଛନ୍ତି ନିରଞ୍ଜନ ପାଢୀ ।
ଯାହାର ଲେଖାଯୋଖା ପ୍ରମାଣ ମିଳିଛି ଏଟିଆରକୁ । ସେତେବେଳେ ଏ ନେଇ ପୁରୀ ଏସପି ଙ୍କୁ ଅଭିଯୋଗ ହୋଇଥିଲା । ହେଲେ ମିଷ୍ଟର ପାଢୀଙ୍କ ମୁଣ୍ଡ ଉପରେ ପଲିଟିକାଲ ହାଣ୍ଡିଆ ଏମିତି ଥିଲା ଯେ, ପ୍ରମୋସନ ପାଇ ଏସଡିପିଓ ହେଲେ ସିନା ଏସପି ନେଇ ପାରିଲେନି ଆକ୍ସନ । ଏ ହେଉଛି ନିରଞ୍ଜନ ପାଢୀଙ୍କ ପୁଲିସିଂ । ପତିଆରା, ପ୍ରତିପତି ପାଇଁ ମିଷ୍ଟର ପାଢୀ କୋଉ ସ୍ତରକୁ ଯାଇ ପାରନ୍ତି ।
ମହିଳାଙ୍କୁ ଦୁର୍ବବ୍ୟବହାର, ବରିଷ୍ଠ ନାଗରିକଙ୍କୁ ଅସମ୍ମାନ, କଅଁଳା ଛୁଆକୁ ଉପାସ ରଖିବା ଅଭିଯୋଗ ଯଦି ଆଉ କାହା ନାଁରେ ଆସିଥାନ୍ତା, ତାହେଲେ ପୁଲିସ କଣ ଚୁପ ବସିଥାନ୍ତା ନା ଆଇପିସିର ବହି ଆଡେଇ ଆଡେଇ ଦଫା ଖୋଜି ଖୋଜି ଲଗେଇ ଥାଆନ୍ତା । ଏବେ ନିଜ ବିରୋଧରେ ସେଇ ସବୁ ଦଫା ଲଗେଇ ନିଜ ସଚ୍ଚୋଟତାର ପ୍ରମାଣ ଦେବେ କି ମିଷ୍ଟର ପାଢୀ । କିଏ ଜାଣେ ଜଣେ ମା’ର ଲୁହ ଭସେଇ ଦେଇପାରେ ପାଢୀ ଆଉ ପାଢୀଙ୍କ ପାୱାରକୁ ।
DEVILLLL....?
Mr. Padhi…. Jst wait on June 20..
Ghanchakar
Abe Bjd kuade gale..!! Kichi kahiparunahanti ki. Sabu politics au tanka ra khela..
Nitesh Kumar
Sala Emiti police ku godei godei rasta re badeiba katha
Santosh Nayak
Ea kn police ra kratavaya