ଜଗତସିଂହପୁର ( ଏଟିଆର ବ୍ୟୁରୋ): ତିର୍ତୋଲ ନିର୍ବାଚନ ମଣ୍ଡଳି ବିଧାୟକ ତାଲିକାରେ ଯୋଡିହେଲେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ । ନିଜ ପାରମ୍ପାରିକ ଜଗତସିଂହପୁର ନିର୍ବାଚନ ମଣ୍ଡଳି ଛାଡି ପ୍ରଥମ କରି ସଂରକ୍ଷଣ ଆସନ ତିର୍ତ୍ତୋଲରୁ ପ୍ରାର୍ଥୀ ହୋଇଥିବା ବିଷ୍ଣୁ ଦାସ ବିଜୟ ହୋଇଛନ୍ତି । ନିଜ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ଯୁବ ନେତା ରମାକାନ୍ତ ଭୋଇଙ୍କ ଠାରୁ ୨୭,୭୧୪ ଖଣ୍ଡ ଭୋଟ ଅଧିକ ଭୋଟ ପାଇ ବିଜୟର ଟିକା ପିନ୍ଧିଛନ୍ତି । ତେବେ ଏଠାରେ ରମାକାନ୍ତ ଭୋଇଙ୍କ ସହିତ ବିଷ୍ଣୁଙ୍କର ଟକ୍କର ହୋଇଥିଲା ।
ଉକ୍ତ ଅ୍ରାସନରେ କଂଗ୍ରେସରୁ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିଲେ ଜଗତସିଂହପୁରର ପୂର୍ବତନ ବିଧାୟକ ୰ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ଦେବୀ ମଲ୍ଲିକ । ଦେବୀ କିନ୍ତୁ ଏଠାରେ ନିଜର ଦବଦବା ଦେଖାଇ ପାରିନାହାନ୍ତି । ଖୁବ କମ ଭୋଟରେ ଦେବୀଙ୍କୁ ଏଠାରେ ସନ୍ତୁଷ୍ଟ ହେବାକୁ ପଡିଛି । ସେହଭଳି ଚଳିତ ଥର ନିର୍ବାଚନ ପ୍ରଚାରକୁ ଯଦି ନଜର କରିବା ନିଜର ଅସୁସ୍ଥତା କାରଣରୁ ନିର୍ବାଚନ ପ୍ରଚାର ଯୋରଦାର କରିପାରି ନଥିଲେ ସୁଦ୍ଧା ତିର୍ତ୍ତୋଲବାସୀ ବିଷ୍ଣୁଙ୍କ ଉପରେ ଭରଷା କରିଛନ୍ତି । ଯାହା ଇଭିଏମରେ ଦେଖିବାକୁ ମିଳିଛି ।
ସେହିଭଳି ନିର୍ବାଚନ ମଣ୍ଡଳିରେ ବିଜେଡିର ଦଳୀୟ ଅନ୍ତଦ୍ୱନ୍ଦ ଭୋଟ ଉପରେ ପ୍ରଭାବ ପକାଇବା କଥା ଆଶଙ୍କା କରାଯାଉଥିଲା ସେ ସବୁକୁ କିନ୍ତୁ ଭୁଲ ପ୍ରମାଣିତ କରିଛନ୍ତି ବିଷ୍ଣୁ । ଖାଲି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ନୁହେଁ ଜିଲ୍ଲାର ଚାରି ବିଧାନସଭା ଆସନ ସହିତ ଲୋକସଭା ଆସନ ମଧ୍ୟ ବିଜେଡି ଖାତାକୁ ଯାଇଛି ।