ଯାଜପୁର,(ଏଟିଆର ବ୍ୟୁରୋ): କଳିଙ୍ଗନଗର ମଇଥାନ ଇଷ୍ପାତ ଏସଏମଏସରେ ଭୟାନକ ବିଷ୍ଫୋରଣ । ବୁଧବାର ଅପରାହ୍ଣରେ ଘଟିଥିବା ଏହି ବିଷ୍ଫୋରଣରେ ୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ଅବସ୍ଥା ଅତି ସଂଗିନ ରହିଥିବା ବେଳେ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି ।
ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜଣେ ଆହତଙ୍କ ପରିଚୟ ମିଳିନଥିବା ବେଳେ ବାକି ୪ଜଣ ହେଲେ ମାନସ ମଲ୍ଲିକ, ଉମେଶ ରାୟ, ସୁନିଲ ମାଝି ଓ ଉମାନାଥ ଯାଦବ । ସେପଟେ ଭୟାନକ ବିଷ୍ଫୋରଣ ପଛର କାରଣ ଏବେ ସୁଦ୍ଧା ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।