ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗତକାଲି ଓଡିଶାରେ କରୋନା ଟିକା ପହଞ୍ଚିଥିବା ପରେ ଆଜି ସକାଳେ ଆସି ପହଞ୍ଚିଛି କୋଭାକ୍ସିନ । ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ୨୦ ହଜାର ଟିକା ରାଜ୍ୟରେ ପହଞ୍ଚି ସାରିଛି ।ଏୟାରପୋର୍ଟ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଭ୍ୟାକସିନ ଷ୍ଟୋରକୁ ପଠାଯିବ ।
ଗତକାଲି ପୁଣେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯାଇଛି ।ମଙ୍ଗଳବାର ଦିନ ରାଜ୍ୟ ଟିକା ଭଣ୍ଡାରରୁ ଟିକା କଟକ ,ପୁରୀ ଓ ନୟାଗଡ ଜିଲ୍ଲାକୁ ଦିଆଯାଇଛି । କଟକରୁ ୧୯ ହଜାର ୧୦୦ ଡୋଜ , ପୁରୀକୁ ୭ ହଜାର ଡୋଜ ପଠାଯାଇଥିବା ବେଳେ ନୟାଗଡକୁ ୪ ହଜାର ଡୋଜ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ଡୋଜ ରାଜ୍ୟରେ ପହଞ୍ଚିଛି ।୫୫ ଲକ୍ଷ କୋଭାକସିନ ଟିକା ଭାରତ ବାୟୋଟେକ୍ ଠାରୁ କିଣିବେ କେନ୍ଦ୍ର ସରକାର ।ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକ୍ସିନ ହେଉଛି ଭାରତର ସମ୍ପୂର୍ଣ୍ଣ ଦେଶୀ ଟିକା ।
ଆସନ୍ତା ୧୬ ତାରିଖରେ ଦେଶରେ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ । ଓ ଏହା ପରେ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ବହୁରୋଗରେ ପିଡୀତ ଥିବା ରୋଗୀଙ୍କୁ ଟିକା ଦେବାର ଏ୪୍ୟ ରଖାଯାଇଛି । ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେଥିପ୍ରତି ଦେଶରେ ସବୁ ରାଜ୍ୟରେ ଟିକାର ଡ୍ରାଏ ରନ କରାଯାଇଛି ।