ଖଡଗପୁର(ଏଟିଆର ବ୍ୟୁରୋ): ଆମ ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବଢିବାରେ ଲାଗିଛି । ଜାହାର ପେଣ୍ଠସ୍ଥଳି ପଳଟିଛି ବାଲେଶ୍ୱର । ଭୁବନେଶ୍ୱର ପରେ ବାଲେଶ୍ୱରରୁ ବିଭିନ୍ନ ଜାଗାକୁ ବ୍ରାଉନ ସୁଗାର ପଠାଯାଉଛି । ଏଥି ପାଇଁ ପୋଲିସ ବାରମ୍ବାର ବଭିନ୍ନ ଜାଗାରେ ଚଡାଉ ମଧ୍ୟ କରୁଛି । ତେବେ ଆଜି ଖଡଗପୁର ଆରପିଏଫ ଖଡଗପୁର ଷ୍ଟେସନରୁ ୩୦୦ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।
ସୂଚନା ଅନୁସାରେ ଜଣେ ବେପାରି ପଶ୍ଚିମବଙ୍ଗରୁ ଏହି ବ୍ରାଉନ ସୁଗାରକୁ ବାଲେଶ୍ୱର ଜିଲ୍ଳାକୁ ଆଣୁଥିଲା । ହେଲେ ଖଡଗପୁର ଷ୍ଟେସନ ଠାରେ ଆରଫିଏଫ ଦ୍ୱାରା ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି । ଖଡଗପୁର ଷ୍ଟେସନ ଠାରେ ଆପିଏଫ ଦ୍ୱାରା ଗିରଫ ହୋଇଥିବା ବ୍ରାଉନ ସୁଗାର ବେପାରୀ ଜଣଙ୍କ ହେଲେ ଜଲେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗାଁ ର ଶେଖ ରଥିବୁଲ । ଆପିଏଫ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି । ତେବେ ଶେଖ ରଥିବୁଲ ଏହି ବ୍ରାଉନ ସୁଗାର ବାଲେଶ୍ୱରରେ ଜଣେ ବେପାରିଙ୍କୁ ଦେବା ପାଇଁ ଆଣିଥିବାର ସୂଚନା ମିଳିଛି । ଜବତ ହୋଇଥିବା ବ୍ରାଉନ ସୁଗାର ବଜାରରେ ଅନୂମାନିକ ମୁଲ୍ୟ ୩୦ଲକ୍ଷ ଟଙ୍କା ହେବାର ଅନୁମାନ କରାଯାଉଛି ।