ଭୁୁବନେଶ୍ୱର,୧୮ା୨ (ବ୍ୟୁରୋ): ଶିଶୁପାଳଗଡ ନୂଆଗାଁରେ ରବିବାର ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ପ୍ରଥମେ ମାରପିଟ୍ ପରେ ହଣାକଟାରେ ଉଭୟ ପକ୍ଷର ୧୧ଜଣ ଗୁରୁତର ଆହତ ଥିବା ସୂଚନା ମିଳିଛି । ଆହତମାନଙ୍କୁ ଯଥାଶୀଘ୍ର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଆହତମାନେ ହେଲେ ଧଉଳି ଥାନା ନୂଆଗାଁର ରାମଚନ୍ଦ୍ର ସ୍ୱାଇଁ, ସତ୍ୟ ସ୍ୱାଇଁ, ରାଜେଶ ମହାପାତ୍ର, ଶ୍ରୀଧର ଖଟୁଆ ଏବଂ ମଙ୍ଗୁଳି ସ୍ୱାଇଁ । ସମସ୍ତ ଗୁରୁତର ଆହତଙ୍କ ଘର ନୂଆଗାଁରେ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଉଭୟ ପକ୍ଷ ଖଣ୍ଡ, ଭୂଜାଲି ଧରି ଉଭୟଙ୍କୁ ଆକ୍ରମଣ କରିଥିବା ପୁଲିସ୍ କହିଛି । ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଣାୟତ ହୋଇଥିଲା । ସେମାନେ ପୁଲିସ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି ।
ପରିସ୍ଥିତି ବିଗିଡିବାରୁ ଧଉଳି ଥାନା ଅଧିକାରୀ ଅଧିକ ଫୋର୍ସକୁ ଡକାଇଥିଲେ । ପରିସ୍ଥିତି ଅସମ୍ଭାଳ ରହିଥିବା ଜଣାପଡିଛି । ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଅଡ଼ି ବସିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ନୂଆଗାଁରେ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି । ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇନଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଘଟିଥିବା ଶୁଣାଯାଉଛି । ପୁଲିସ୍ ଉଭୟ ଗୋଷ୍ଠୀର ୧୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।