ମାଲକାନଗିରି (ଏଟିଆର ବ୍ୟୁରୋ); ଅପରାଧୀକୁ ନିୟନ୍ତ୍ରଣ କରିଥାନ୍ତି ପୋଲିସ । ତେବେ ବାଡ ହୋଇ ଯେତେ ଫସଲ ଖାଇବା ପାଇଁ ଆରମ୍ଭ କରିଦିଏ ତାହେଲେ ଫସଲର କିଏ ବା ସାହା ହେବ । ଏ କଥା କହିବାର ମୁଖ୍ୟ କାରଣ ହେଉଛି ପୋଲିସ ବାବୁମାନେ ଲାଞ୍ଚ ନେଉଥିବାର ଅଭିଯୋଗ ହୋଇଛି । ଯଦି ସେମାନେ ଅପରାଧୀକୁ ଦଣ୍ଡ ଦେବା ପାଇଁ ରହି ନିଜେ ଏଭଳି ଅପରାଧ କରିବେ ତେବେ ସାଧାରଣଙ୍କ ଅବସ୍ଥା କଣ ହେବ । ମାଲକାନଗିରି ଜିଲ୍ଲାରୁ ଏଭଳି ତିନି ଜଣ ପୋଲିସ ବାବୁଙ୍କ ନାମରେ ଆସିିଛି ଲାଞ୍ଚ ନେଉଥିବାର ଅଭିଯୋଗ । ଭିଜିଲାନ୍ସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସଦର ମହକୁମା ଥାନାର ତିନି ଜଣ ପୋଲିସ ବାବୁଙ୍କ ନାମରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆସିଥିବା ପୋଲିସ ଅଧିକାରୀମାନେ ହେଲେ ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନୀଲ କୁମାର। ଏମାନେ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ତେବେ ଭିଜିଲାନ୍ସ କର୍ମଚାରୀ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଅତର୍କିତ ଚଢ଼ାଉ କରିଥିଲା । ଭିଜିଲାନ୍ସ ତିନି ପୋଲିସ କର୍ମଚାରୀଙ୍କୁ ଅଟକ ରଖିବା ସହିତ ଟଙ୍କା ଜବତ କରିଛି ।