ମାଲକାନଗରି (ଏଟିଆର ବ୍ୟୁରୋ): ସକାଳୁ ସକାଳୁ ଶୌଚ ହେବା ପାଇଁ ବାହାରି ଥିଲେ ପୋଖରୀକୁ । ସେଠାରେ ଦେଖିଲା ବେଳକୁ ପୋଖରୀ ତୁଠରେ ମିଳିଥିଲା ଏକ ବିରାଟ କୁମ୍ଭୀର । କ୍ଷଣିକ ମଧ୍ୟରେ ଏହି ଖବର ଚାରିଆଡେ ପ୍ରଚାର ହୋଇଯାଇଥିଲା । ଯାହା ଗ୍ରାମବାସୀଙ୍କ ଭିତରେ ଏକ ପ୍ରକାର ଛାନିଆ ସୃଷ୍ଟି କରିଥିଲା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ରେ ।
ଏମ୍ଭୀ ୭୮ ଗ୍ରାମରେ କୁମ୍ଭୀର ଆତଙ୍କ । ଆଜି ସକାଳେ ଏହି ଗ୍ରାମର ଏକ ପୋଖରୀରେ ଗ୍ରାମବାସୀ ଏକ କୁମ୍ଭରୀ ଦେଖିବାକୁ ପାଇଥିଲେ । ଯାହା ଫଳରେ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା । ପରେ ଗ୍ରାମର କିଛି ଲୋକ କୁମ୍ଭୀରଟିକୁ ବାନ୍ଧି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ।