ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଯୁଦ୍ଧ କରୁଥିବା ବେଳେ ଦେଶ ମଧ୍ୟ କରୋନା ସଂକ୍ରମଣ ସହିତ ଯୁଦ୍ଧ କରୁଛି । ତେବେ ଏହି ଭିତରେ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିିର ରହିଛି । ଗତ ୨ ଦିନ ହେଲା ରାଜରେ କରୋନା ସକ୍ରମିତଙ୍କ ସଂଖ୍ୟା ସେଇ ୬୦ ରେ ସ୍ଥିର ରହିଛି । ଗତକାଲି ୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୦ ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୧ ଜଣ ସୁସ୍ଥ ହୋଇଛନ୍ତି । ଯାହା ଏବେ ରାଜ୍ୟ ପାଇଁ ଟିକେ ଆସ୍ୱସ୍ତ ହୋଇଛି ।
ସୂଚନାଯୋଗ୍ୟ ରାଜ୍ୟରେ ୮୬୧୯ ଟି ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୬୦ ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ପରିସ୍ଥିତି ଏମିତି ସୁଧାର ରହେ ତେବେ ଏହା ରାଜ୍ୟ ପାଇଁ ବେଶ ଶୁଭଙ୍କର ହେବ । ସୂଚନାଯୋଗ୍ୟ ଦେଶରେ ଏଇ ୨ ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏନେଇ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଦେଶରେ କରୋନା ଅଭିବୃଦ୍ଧି ହାର ୪୦ ପ୍ରତିଶତ ହ୍ରାସ ପାଇଛି । ମାର୍ଚ୍ଚ ମସରେ ଲକଡାଉନ ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ୩ ଦିନରେ ଦ୍ଵି ଗୁଣିତ ହେଉଥିବା ବେଳେ, ଏବେ ଏହା ୬.୧ ଦିନରେ ଦ୍ଵି ଗୁଣିତ ହେଉଛି ।