ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ତୃତୀୟ ମହଲାର ବଡବାବୁ ପାଣ୍ଡିଆନଙ୍କ ନାଁରେ ଶୁଭିଲା ସ୍ୱାହା । ସମଗ୍ର ରାଜ୍ୟକୁ ଅଙ୍ଗୁଠି ଅଗରେ ନଚଉଥିବା ଏହି ବାବୁଙ୍କ ପାଇଁ ସ୍ୱାହା ସ୍ୱାହାରେ କମ୍ପିଉଠିଛି ପରିବେଶ । ତେବେ ଏହା ପାଣ୍ଡିଆନଙ୍କ ଭଲ କାମ ପାଇଁ ନୁହେଁ ବରଂ ଓଡିଶାରେ ବଢ଼େଇ ଚାଲିଥିବା ଅତ୍ୟାଚାର ପାଇଁ ଏଭଳି ଏକ ହୋମର ଆୟୋଜନ କରିଛନ୍ତି ସିଭିଲ ସୋସାଇଟ । ତେବେ ଏଥିରୁ ବାଦ ପଡିନାହାଁନ୍ତି ରାଜ୍ୟର ଅନ୍ୟ ପ୍ରମୁଖ ନେତା ।
ଏଣୁ ନବୀନାୟ ସ୍ୱାହା,ପାଣ୍ଡିଆନାୟ ସ୍ୱାହା,ଅରୁଣ ସାହୁୟ ସ୍ୱାହା,ଦେବିପ୍ରସାଦ ମିଶ୍ରାୟ ସ୍ୱାହା, ପ୍ରଭାତ ବିଶ୍ୱାଳାୟ ସ୍ୱାହା,ପ୍ରଭାତ ତିପାଠୀୟ ସ୍ୱାହା,ଅତନୁ ସବ୍ୟସଚିୟ ସ୍ୱାହା । ଏଭଳି ସରକାର ଦଳର ତୁଙ୍ଗ ନେତାଙ୍କ ନାଁରେ କମ୍ପିଲା ସିବିଆଇ କାର୍ଯ୍ୟାଳୟ ସାମ୍ନା । ତେବେ ଏଭଳି ମନ୍ତ୍ର ସରକାରଙ୍କ ମଙ୍ଗଳ କାମନା ପାଇଁ ନୁହେଁ ବରଂ ସରକାର କରିଥିବା କୁକର୍ମର ମୁକ୍ତି ପାଇଁ ପୂଜାପାଠ ହେଉଥବା ନଜରକୁ ଆସିଛି । ଶାସକ ଦଳର ମୁଖିଆଙ୍କ ସମେତ ଦଳର ଚିହ୍ନା ମୁହଁ ନେତା ଏବଂ ତୃତୀୟ ମହଲାର ବଡ ବାବୁଙ୍କ ନାଁରେ ହୋମ କରି ସ୍ୱାହାରେ କମ୍ପି ଉଠୁଥିଲା ମାହୋଲ ।
ସ୍ଥାନୀୟ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ସଂଗଠନ ପକ୍ଷରୁ ଏଭଳି ନାରାବାଜି ହୋଇଥିବା ଦେଖିବାକୁ ମିଳିଛି । ଓଡିଶାରେ ହୋଇଥିବା ଚିଟଫଣ୍ଡ ଠକେଇରେ ସରକାର ନିଜେ ଏବଂ ସରକାରୀ ଦଳର ଟାଣୁଆ ନେତାମାନେ ଏଥିରେ ସମ୍ପୃକ୍ତ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଯେଉଁ କାରଣରୁ ଶାସକ ଦଳର ଚୈାଦ୍ୱାର ବିଧାୟକ ପ୍ରଭାତ ବାବୁ ପୂର୍ବରୁ ଜେଲ ଯାଇଥିବାର ନଜିର ରହିଛି । ତେବେ ବର୍ତ୍ତମାନ ସୁଧା ଲୋକଙ୍କ ପଇସା ମିଳିନାହିଁ । ଆଜିବି ନିଜର ପେଟକାଟି ଭବିଶ୍ୟତ ପାଇଁ ସଞ୍ଚିଥିବା ଟଙ୍କାକୁ ଚିଟଫଣ୍ଡ ମାଲିକମାନେ ଠକି ନେଇଥିଲେ । ନିଜର ପଇସା ପାଇଁ ଆଜି ବି ଚାତକ ଭଳି ଚାହିଁ ବସିଛନ୍ତି ଲୋକ ।
କୋମାରେ ସିବିଆଇ । ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଥିବା ସିବିଆଇ ସଂସ୍ଥା ମୃତ୍ୟୁର ଶେଷ ଶଯ୍ୟାରେ ପଡିଛି । ଶାସକ ଦଳକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଆଖି ବନ୍ଦକରି ଏମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନଥିବା ସଂଘ ପକ୍ଷରୁ ଦାବୀ କରାଯାଇଛି । ଏଣୁ ଏହି ସର୍ବୋଚକାରୀ ତଦନ୍ତକାରୀ ସଂସ୍ଥାକୁ ପ୍ରତିବାଦ କରିବା ପାଇଁ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ସରକାର ବିରେଧୀସ୍ୱର ଦିର୍ଘ ୫ଦିନ ଚାଲିବ ।
ରିପୋର୍ଟ ; ଗୁଣନିଧି ବେହେରା