ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଚାଲିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ପ୍ରକ୍ରିୟା ଦିନ ଗୋଟାଏ ଯାଏଁ ଚାଲିବ ।
୨୯ ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ରେ ଭୋଟ ଗ୍ରହଣ କରାଯାଉଛି । ତୃତୀୟ ପର୍ଯ୍ୟାୟ ଭୋଟି ପାଇଁ ୧୮,୪୯୫ ଟି ବୁଥର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୨୭୭୩ ଟି ବୁଥ ସମ୍ବେଦନଶୀଳ ରହିଛି ।