ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ସବୁଦିନ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଭୁବନେଶ୍ୱରର ପ୍ରସିଦ୍ଧ ରାଜାରାଣୀ ମନ୍ଦିର । ପୁର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ଟି ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟେଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଘୋଷଣା କରାଯାଇଥିଲା ।
ଦେଶର ପ୍ରମୁଖ ୧୦ଟି ଐତିହାସିକ କୀର୍ତ୍ତିରାଜି ମଧ୍ୟରେ ରାଜାରାଣୀ ମନ୍ଦିର ମଧ୍ୟ ରହିଛି । ତେବେ ଏଏସଆଇର ଓଡ଼ିଶା ଅଧୀକ୍ଷକ ଅରୁଣ ମଲ୍ଲିକ ଏହି ବିଷୟରେ ସୁଚନା ଦେଇଛନ୍ତି ।
କିଛି ମାସ ପୁର୍ବରୁ ଜନସାଧାରଣ ତଥା ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ନୂଆଦିଲ୍ଲୀଠାରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସୂର୍ଯ୍ୟେଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଦେଶର ୧୦ଟି ଐତିହାସିକ ସ୍ଥାନକୁ ଖୋଲା ରଖିବା ପାଇଁ ନିଷ୍ପତି ନେଇଥିଲେ ।
ଇର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଦେଶର କେବଳ ୧୦ଟି ଐତିହାସକ ସ୍ଥାନର ଭ୍ରମଣ ସମୟ ବଢାଯାଇଥିବା ବେଳେ ଧିରେ ଧିରେ ଏହା ଅନ୍ୟ ଐତିହାସିକ ସ୍ଥାନ ଗୁଡିକରେ ମଧ୍ୟ ଭ୍ରମଣ ସମୟକୁ ବଢାଯିବ । ପୁର୍ବରୁ ରାଜାରାଣୀ ମନ୍ଦିର ସକାଳ ୭ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ।