ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ପାଣିପାଗ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଗତ କିଛିଦିନ ହେବ ରାଜ୍ୟରେ ସକାଳବେଳା ଘନକୁହୁଡି ସହ କୋହଲା ପାଗ ଅନୁଭୂତ ହେଉଥିବା ବେଳେ କିଛି କିଛି ଜିଲ୍ଲା ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖ ପାଖ ଅଞ୍ଚଳରେ ସୃଷ୍ଟି ହେଉଥିବା ଲଘୁଚାପ କାରଣରୁ ରାଜ୍ୟରେ ଏହିଭଳି ପାଗ ଅନୁଭୂତ ହେଉଛି ।
ସେପଟେ ଆଜି ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ସହିତ ଝଡ ତୋଫାନ ହେବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝଡ ତୋଫାନ ସହ ଘଡଘଡି ମାରିବାର ସମ୍ଭାବନା ମଧ୍ୟ ରହିଛି । ଦିନ ୧ଟା ୩୦ ପର୍ଯ୍ୟନ୍ତ କିଛି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲା ଗୁଡିକ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।