କଟକ (ଏଟିଆର ବ୍ୟୁରୋ): ଏଣିକି ବାବା ଧବଳେଶ୍ୱଳକୁ ଦର୍ଶନ କରିବା ହେବ ସହଜ । ଆଉ ସମସ୍ୟାରେ ପଡିବେନି ଲୋକ । ଆଜିଠୁ କଂକ୍ରିଟ ବ୍ରିଜ ଦେଇ ପୀଠକୁ ବାବାଙ୍କ ଦର୍ଶନ ଲାଗି ଯାଇ ପାରିବେ ଶ୍ରଦ୍ଧାଳୁ । ବ୍ରିଜ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ଭକ୍ତଙ୍କ ପାଇଁ ବ୍ରିଜ୍ ଖୋଲାଯିବାର ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ କରାଯାଇଛି । ଜୁନ୍ ୩୦ରେ ଲଗାଣ ବର୍ଷା ରେ ଅସ୍ଥାୟୀ ରାସ୍ତା ଧୋଇଯିବାରୁ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । ଶ୍ରାବଣ ମାସ ଥିବାରୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବ୍ରିଜ୍ ଖୋଲାଯିବାର ନିଷ୍ପତି ନିଆଯାଇଛି ।
ଶ୍ରାବଣ ମାସ ରେ ହଜାର ହଜାର କାଉଡ଼ିଆ ବାବାଙ୍କ ଉପରେ ପାଣି ଢାଳିବାକୁ ମାନସିକ ରଖିଥାନ୍ତି । ଏଣୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେତୁରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଅନୁମତି ଦିଆଯାଇଛି । ସେତୁ କାର୍ୟ୍ୟ ସମ୍ପୂର୍ଣ୍ଣ ହେଲେ ପରିବର୍ତ୍ତୀ ସମୟରେ ଏହାର ଲୋକାର୍ପଣ କରାଯିବ ।